www.samajalive.in
Monday, December 15, 2025
27.1 C
Bhubaneswar

୧୯ ବର୍ଷରୁ କମ୍ ମହିଳା ଦିନିକିଆ: ଗୁଜରାଟ ବିପକ୍ଷରେ ଓଡ଼ିଶାର ବିପୁଳ ବିଜୟ

କଟକ : ୧୯ ବର୍ଷରୁ କମ୍ ଆନ୍ତଃରାଜ୍ୟ ମହିଳା ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ତା’ର ଜୟଯାତ୍ରା ଜାରିରଖିଛି। ଗୋଆରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏଲିଟ୍ ଗ୍ରୁପ୍‌ ‘ସି’ରେ କ୍ରମାଗତ ୫ମ ବିଜୟ ହାସଲ କରିଛି। ଗୋଆର ମାଡ଼ଗାଓ ସହରରେ ବୁଧବାର ଖେଳା ଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୧୩୦ ରନ୍‌ର ବିପୁଳ ବ୍ୟବଧାନରେ ଗୁଜରାଟକୁ ପରାସ୍ତ କରିଛି। ରଶ୍ମିତା ଚିହ୍ନାରା, ପୁନମ୍ ନାୟକ ଓ ସ୍ବିଟ୍‌ ବେଉରାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଓଡ଼ିଶା ୫୦ ଓଭର ଶେଷରେ ୫ ୱିକେଟରେ ୨୨୫ ରନ୍ କରିଥିଲା। ପରେ ଗୁଜରାଟର ବ୍ୟାଟିଂ ସାମୂହିକ ଭାବେ ବିଫଳ ହେବାରୁ ଏହା ୪୯.୪ ଓଭରରେ ମାତ୍ର ୯୫ ରନ୍ କରି ପାରିଥିଲା। ଏହି ବିଜୟରୁ ୪ ପଏଣ୍ଟ ପାଇ ୫ଟି ମ୍ୟାଚ୍‌ରୁ ସର୍ବାଧିକ ୨୦ ପଏଣ୍ଟ ପାଇ ଓଡ଼ିଶା ଟେବୁଲ ଶୀର୍ଷରେ ରହିଛି। ଶୁକ୍ରବାର ତ୍ରିପୁରା ବିପକ୍ଷରେ ଓଡ଼ିଶା ୬ଷ୍ଠ ଲିଗ୍ ମ୍ୟାଚ୍ ଖେଳିବ।
ଟସ୍ ଜିତି ଓଡ଼ିଶା ବ୍ୟାଟିଂ ନେଇଥିଲା। କାଜଲ ଜେନା ୧୧ ରନ୍‌କରି ଆଉଟ ହେବା ପରେ ରଶ୍ମିତା ଚିହ୍ନାରା ଓ ପୁନମ୍ ନାୟକ ୨ୟ ୱିକେଟ ପାଇଁ ୯୪ ରନ୍‌ର ଭାଗିଦାରୀ କରି ଦଳର ସ୍ଥିତି ମଜ୍‌ଭୁତ କରିଥିଲେ। ରଶ୍ମିତା ୧୨୩ ବଲ୍‌ରୁ ମାତ୍ର ଗୋଟିଏ ଚୌକା ସହ ୬୨ ରନ୍ କରିଥିଲେ। ତାଙ୍କ ଚମତ୍କାର ଫର୍ମ ଜାରିରଖି ପୁନମ୍ ନାୟକ ୭୮ ବଲ୍‌ରୁ ୨ଟି ଚୌକା ସହ ୫୦ ରନ୍ କରିଥିଲେ। ଶୁଭ୍ରା ନିର୍ଝରିଣୀ ସ୍ବାଇଁ ୪୨ ବଲ୍‌ରୁ ୨୪ ରନ୍ କରିଥିଲେ। ଶେଷଆଡ଼କୁ ଓଡ଼ିଶାର ସ୍ବିଟ୍ ବେଉରା ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସ୍ବିଟ୍ ମାତ୍ର ୩୩ ବଲ୍‌ରୁ ୬ଟି ଚୌକା ସହ ୫୫ ରନ୍ କରିଥିଲେ। ଗୁଜରାଟର ତାନ୍ୟା ପଟେଲ ୩ଟି ୱିକେଟ ପାଇଥିଲେ। ଗୁଜରାଟ ପାଇଁ ଓପ୍‌ନର ତଥା ଅଧିନାୟିକା ଅଞ୍ଜଳି ପଟେଲ ୯୬ ବଲ୍‌ରୁ ୨ଟି ଚୌକା ସହ ୩୧ ରନ୍ କରିଥିଲେ। ଭାବ୍ୟା ପଟେଲ ୧୧ ଓ ଶ୍ବେତାକୁମାରୀ ଚୌଧୁରୀ ୧୨ ରନ୍ କରିଥିବା ବେ​‌େ​‌ଳ ଅନ୍ୟ କେହି ଦୁଇଅଙ୍କ ସ୍କୋର୍ କରି ପାରିନଥିଲେ। ଓଡ଼ିଶା ପୁନମ୍ ନାୟକ ୩ଟି ଏବଂ ଅଧିନାୟିକା ଇନ୍ଦ୍ରାଣୀ ଛତ୍ରିଆ, ଶୁଭ୍ରା ନିର୍ଝରିଣୀ ସ୍ବାଇଁ ଓ କଳ୍ପନା ନାୟକ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories