www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶା ବନ୍ଦ ଡାକରାକୁ ବିଜେଡିର ନିନ୍ଦା

ଭୁବନେଶ୍ୱର : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୨୧ ତାରିଖରେ ଦିଆଯାଇ ଥିବା ଓଡ଼ିଶା ବନ୍ଦ ଡ଼ାକରାକୁ ବିଜେଡି ତିବ୍ର ନିନ୍ଦା କରିଛି। ଏଥିରେ ବିଜେପି ଓ କଂଗ୍ରେସ୍ ମିଳିତ ଭାବେ ରାଜନୀତି କରୁଛନ୍ତି ବୋଲି ଦଳ ଅଭିଯୋଗ କରିବା ସହ ଏହି ସମୟରେ ପରୀକ୍ଷା ଥିବାରୁ ପିଲାମାନଙ୍କ ଭବିଷ୍ୟତ ପାଇଁ ସଂଗଠନ ଏଥିରୁ ଓହରି ଆସୁ ବୋଲି କୁହାଯାଇଛି।
ଆଜି ଦଳ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ୨୨ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ଥିବା କଥା ଜାଣି ମଧ୍ୟ ନବ ନିର୍ମାଣ କୃଷକ ସଂଗଠନ ଏହାର ପୂର୍ବଦିନ ଆନ୍ଦୋଳନ ଡ଼ାକରା ଦେଇଛି। ପିଲାମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଓଡ଼ିଶା ବନ୍ଦ ଡ଼ାକରା ପ୍ରତ୍ୟାହାର କରିବା ପାଇଁ ବିଜେଡି ପକ୍ଷରୁ ସଂଗଠନକୁ ଅନୁରୋଧ କରାଯାଇ ଥିଲା। କିନ୍ତୁ ସଂଗଠନ ଶସ୍ତା ରାଜନୀତି କରିବା ପାଇଁ ଏହାକୁ ପ୍ରତ୍ୟାଖାନ କରିଛି।
ଚାଷୀଙ୍କର କୌଣସି ଜାତି କିମ୍ବା ଦଳ ନାହିଁ। ମାତ୍ର ଚାଷୀଙ୍କ ନାଁରେ ସଂଗଠନର ଆନ୍ଦୋଳନ ଡ଼ାକରା ଦେବା ଏବଂ ଏହାକୁ ବିଜେପି ସମର୍ଥନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଡ଼ ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories