www.samajalive.in
Monday, December 15, 2025
24.1 C
Bhubaneswar

ସମବାୟ ରଥ ଶୁଭାରମ୍ଭ

କେନ୍ଦୁଝରଗଡ : କେନ୍ଦୁଝର ଜିଲ୍ଲାରେ ଆନ୍ତର୍ଜାତୀୟ ସମବାୟ ବର୍ଷ -୨୦୨୫ ପାଳନ ପରିପ୍ରେକ୍ଷୀରେ ଏବଂ ଭାରତର ପ୍ରଥମ ସମବାୟବିତ ଭାବେ ଖ୍ୟାତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସମବାୟ ପ୍ରଚାର ରଥ ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ସବୁଜ ପତାକା ପ୍ରଦର୍ଶନ କରି ଆନୁଷ୍ଠାନିକ ଭାବେ ଏହି ରଥର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପନିବନ୍ଧକ ସମବାୟ ସମିତି ସମୂହ, କେନ୍ଦୁଝର ଶ୍ରୀ ଶୁଭ୍ରକାନ୍ତ ତୁଙ୍ଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଓ ସହକାରୀ ଜିଲ୍ଲାପାଳ ଶ୍ରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଏହି ସମବାୟ ସଚେତନତା ରଥ ଜିଲ୍ଲାର ଗାଁ ଗାଁ ସମବାୟ ସମିତି ବୁଲି ନୂତନ ସଭ୍ୟ ସଂଗ୍ରହ କରିବା ସହ ସମବାୟ ସମିତି ସହ ଯୋଡ଼ି ହୋଇ ଚାଷୀମାନଙ୍କ ହୋଇଥିବା ଆର୍ଥିକ ଉନ୍ନତି ବାବଦରେ ଲୋକଙ୍କୁ ସଚେତନ କରେଇବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories