www.samajalive.in
Sunday, December 14, 2025
16.1 C
Bhubaneswar

ମେହୁଲ୍‌ ଚୋକ୍‌ସି ବେଲ୍‌ଜିୟମ୍‌ରେ ଗିରଫ

ବ୍ରସେଲ୍ସ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ବେଲଜିୟମ୍‌ରେ ଗିରଫ କରାଯାଇଛି। ଚୋକ୍‌ସିର ଗିରଫ ସମ୍ପର୍କରେ ବେଲ୍‌ଜିୟମ୍ ଫେଡେରାଲ ପବ୍ଲିକ ସର୍ଭିସ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଚୋକ୍‌ସିଙ୍କୁ ଗତ ଶନିବାର ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି। ଅନ୍ୟପଟେ ଚୋକସିକୁ ପ୍ରତ୍ୟର୍ପଣ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି। ତେଣୁ ଆଗାମୀ ଦିନରେ ଆବଶ୍ୟକ ନ୍ୟାୟିକ ପ୍ରକ୍ରିୟା ଜାରି ରହିବ। ଚୋକସିକୁ ପ୍ରତ୍ୟର୍ପଣ ଲାଗି ଭାରତ ତଦନ୍ତକାରୀ ଏଜେନ୍ସିର ପ୍ରତିନିଧି ଦଳ ଆଗାମୀ ଦିନରେ ବେଲଜିୟମ୍ ଗସ୍ତ କରିବା ପୂର୍ବକ ନ୍ୟାୟିକ ପ୍ରକ୍ରିୟା ଅନୁସରଣ କରିବେ।
ପିଏନବିରୁ ଜାଲ୍‌ କାଗଜପତ୍ର ଜରିଆରେ ପ୍ରାୟ ୧୩,୫୦୦ କୋଟି ଟଙ୍କା ଋଣ ନେଇ ଚୋକ୍‌ସି ପରିଶୋଧ କରି ନାହାନ୍ତି। ତେଣୁ ବ୍ୟାଙ୍କ ପକ୍ଷରୁ ତାଙ୍କ ବିରୋଧରେ ମାମଲା ଚାଲୁ ରହିଛି। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ତଦନ୍ତ ଚଳାଇଛନ୍ତି। ତଦନ୍ତ ସମୟରେ ତାଙ୍କୁ ଅଦାଲତରେ ହାଜର ହେବା ଲାଗି ଏକାଧିକବାର ନୋଟିସ୍ ଜାରି କରାଯାଇଥିବାବେଳେ ସେ ଅନୁପସ୍ଥିତ ରହିଥିଲେ। ଏଥିପାଇଁ ତାଙ୍କୁ ପଳାତକ ଘୋଷଣା କରାଯାଇଛି। ଭାରତର ନିବେଦନ କ୍ରମେ ଇଣ୍ଟରପୋଲ ତାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥିଲା। ମାତ୍ର କିଛି ଦିନ ପୂର୍ବେ ଇଣ୍ଟରପୋଲ୍ ଏହି ରେଡ୍‌ କର୍ଣ୍ଣର ନୋଟିସକୁ ପ୍ରତ୍ୟାହାର କରିନେଇଥିଲା। ୨୦୧୮ରୁ ଚୋକ୍‌ସି ଭାରତ ଛାଡି ଆଣ୍ଟିଗୁଆରେ ଅବସ୍ଥାନ କରିଆସୁଥିଲେ। ତେବେ ଗତବର୍ଷ ସେ ଚିକିତ୍ସା ଲାଗି ବେଲ୍‌ଜିୟମ୍ ଯାଇଥିଲେ। ଚୋକସି ବେଲଜିୟମ୍ ଯିବା ପରେ ତାଙ୍କୁ ପ୍ରତ୍ୟର୍ପଣ ଲାଗି ଭାରତ ନିବେଦନ କରିଥିଲା। ଭାରତର ପ୍ରତ୍ୟର୍ପଣ ନିବେଦନ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଚୋକସିଙ୍କୁ ଜାମିନ ଲାଗି ଆବେଦନ କରାଯିବ ବୋଲି ତାଙ୍କ ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି। ସେହିପରି ତାଙ୍କର ପ୍ରତ୍ୟର୍ପଣ ନିମନ୍ତେ ଭାରତ ସରକାର କରିଥିବା ଆବେଦନକୁ ମଧ୍ୟ ବିରୋଧ କରାଯିବ ବୋଲି ଅଗ୍ରୱାଲ କହିଛନ୍ତି। ଅଗ୍ରୱାଲ କହିଛନ୍ତି ଯେ ଚୋକସି ଏବେ ରକ୍ତ କର୍କଟ ରୋଗରେ ପୀଡିତ। ତାଙ୍କର ଚିକିତ୍ସା ଚାଲିଛି। ଭାରତର ଜେଲ୍‌ରେ ରହିବା ତାଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହେବ ନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories