ମାସାଜୋ ନୋନାକା ସବୁଠାରୁ ବୟସ୍କ ପୁରୁଷ

0

ଟୋକିଓ, ୧୧୨ ବର୍ଷ ବୟସ୍କ ଜାପାନ୍‍ର ମାସାଜୋ ନୋନାକୋ ବିଶ୍ୱର ସବୁଠାରୁ ବୟସ୍କ ପୁରୁଷର ମାନ୍ୟତା ପାଇଛନ୍ତି। ଏ ସମ୍ପର୍କରେ ଗିନିଜ୍‍ ବୁକ୍‍ ଅଫ୍‍ ୱାଲର୍ଡ ରେକର୍ଡ ପକ୍ଷରୁ ଏକ ପ୍ରମାଣପତ୍ର ଦିଆଯାଇଛି। ପ୍ରମାଣପତ୍ର ସହିତ ମାସାଜୋଙ୍କୁ ଏକ କେକ୍‍ ଓ ସମ୍ମାନ ପ୍ରଦାନ କରାଯାଇଥିଲା। ସୁମୋ ରେସଲିଂ, ବିଭିନ୍ନ ଟିଭି କାର୍ଯ୍ୟକ୍ରମ ଦେଖିବା ଓ ସଂଗୀତ ଶୁଣିବା ତାଙ୍କର ପସନ୍ଦ ବୋଲି ସେ କହିଛନ୍ତି। ମାସାଜୋ ଏ ପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି ଓ ସେ କାହାର ସେବାର ଆବଶ୍ୟକ ପଡ଼ିନାହିଁ।

Leave A Reply