କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତରେ ଜିଓ ନେଟୱାର୍କ ସଂଯୋଗ ନଥିବାରୁ ଅଞ୍ଚଳବାସୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିୟମଗିରି ପାହାଡରେ ବସବାସ କରୁଥିବା ଆଦିମ ବିରଳ ଡଙ୍ଗରିଆ କନ୍ଧଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସରକାରଙ୍କୁ ଚେଷ୍ଟା କରୁଛନ୍ତି। ଅଞ୍ଚଳକୁ ରାସ୍ତାଘାଟ, ବିଜୁଳି, ଶିକ୍ଷା, ଅଙ୍ଗନବାଡି ,ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସହ ଜିଓ ନେଟୱାର୍କର ବ୍ୟବସ୍ଥା କରାଯାଇଛି। ପାର୍ଶାଲି, ସୁନାଖଣ୍ଡି ଓ ପୋଲମା ପଞ୍ଚାୟତର ୩୮ଖଣ୍ଡ ଡଙ୍ଗରିଆ ଗ୍ରାମ ମଧ୍ୟରୁ ୯ଟି ଗ୍ରାମରେ ପାର୍ଶାଲି, ଭାଲେରି, ପାତଲମ୍ବା, ପାରାମାଲି, ପଞ୍ଚକୁଡି, ତେନ୍ତୁଳି ପଦର, ଟାମକଶିଲି, ନିର୍ଗୁଣ୍ଡି, ବଡଡେଙ୍ଗିଲେଲି, ରିଲିଆନ୍ସ ଜିଓ ଟାୱାର ନେଟୱାର୍କର କାର୍ଯ୍ୟ ଶେଷ କରାଯାଇଛି। ସେଥିରୁ କିଛି ଜିଓ ନେଟୱାର୍କ ଚାଲୁଥିବା ବେଳେ କିଛି ଟାୱାରରେ ଜିଓ ନେଟୱାର୍କ ଲାଇନ ସଂଯୋଗ କରାଯାଉନାହିଁ। ସେଥିରୁ ବଡ଼ ଡେଙ୍ଗିଲେଲି ଗ୍ରାମରେ ଦୁଇବର୍ଷ ହେବ ଟାୱାର କାର୍ଯ୍ୟ ସରିଛି କିନ୍ତୁ ନେଟୱାର୍କ ସଂଯୋଗ କରାଯାଇ ନାହିଁ ବୋଲି ଉକ୍ତ ଗ୍ରାମର ଲେଲି କୌଶଲ୍ୟା, ସାନ କୌଶଲ୍ୟା, ବଡ଼ ସିକକା, କାଟ୍ରୁ ଶିକକା, ଦାମ ସିକକା, ଶ୍ୟାମ ସିକକା ପ୍ରମୁଖ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ନିୟମଗିରି ପାର୍ଶାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ବାମ ସିକକାଙ୍କୁ ପଚାରିବାରୁ ସେ କହିଲେ କିଛି ଅଞ୍ଚଳରେ ନେଟୱାର୍କ ଅଛି ଆଉ ଯେଉଁ ଅଞ୍ଚଳରେ ନେଟୱାର୍କ ନାହିଁ ସେ ବିଷୟରେ ଜିଲାପାଳ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଥିବା କହିଛନ୍ତି।
୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..
ବାସ୍ତୁ.. ଏହି ଦିଗକୁ ମୁଣ୍ଡ କରି ଶୋଇଲେ : ଲାଗି ରହେ ରୋଗ, ଧନର ଅଭାବ, କରଜ, ଘରେ ଅଶାନ୍ତି..
ଆଶ୍ଚର୍ଯ୍ୟ କରିବ ଭିଡିଓ ; ଘର ଭିତରକୁ ପଶୁଥିଲା ବାଘ, କୁକୁର ଭୁକିବା ମାତ୍ରେ ହେଲା ଏମିତି



