www.samajalive.in
Wednesday, December 10, 2025
15.1 C
Bhubaneswar

ସିରିଜ ନ ଜିତିବା ଏକ ଅବସୋସ : ରୋହିତ

ରବିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚରେ ଭାରତ ମାତ୍ର ୪ ରନ ଯୋଗୁଁ ଅଳ୍ପକେ ମ୍ୟାଚ ଜିତିବାରୁ ବଞ୍ଚିତ ହେବାସହିତ ସିରିଜକୁ ମଧ୍ୟ ହାତଛଡା କରିଛି। ୨୧୩ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ମ୍ୟାଚ ଓ ସିରିଜ ବିଜୟରୁ ବଞ୍ଚିତ ହେବା ଦୁର୍ଭାଗ୍ୟଜନକ ବୋଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏହି ଫର୍ମାଟରେ ୨୦୦ରୁ ଊର୍ଦ୍ଧ୍ବ ରନ୍‌କୁ ପିଛା କରିବା ନିଶ୍ଚିତଭାବେ କଷ୍ଟସାଧ୍ୟ। ତଥାପି ଭାରତୀୟ ବ୍ୟାଟସମ୍ୟାନ ଯେପରି ଢଙ୍ଗରେ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲେ ତାହା ବାସ୍ତବିକ ପ୍ରଶଂସନୀୟ ବୋଲି ରୋହିତ କହିଛନ୍ତି। ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ସିରିଜ ଜିତିବାପରେ ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ ଜିତି ସ୍ବଦେଶ ଫେରିଥିଲେ ଅଧିକ ଆନନ୍ଦ ମିଳିଥାନ୍ତା ବୋଲି ସେ କହିଛନ୍ତି। ଅପରପକ୍ଷରେ ଭାରତ ବିପକ୍ଷରେ ଟି୨୦ ସିରିଜ ଜିତିବା ଫଳରେ ଘରୋଇ ଦଳର ଆତ୍ମବିଶ୍ବାସ ବୃଦ୍ଧି ପାଇଛି ଏବଂ ବାଂଲାଦେଶ ବିପକ୍ଷ ହୋମ୍‌ ସିରିଜରେ ଏହା ସହାୟକ ହେବ ବୋଲି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories