www.samajalive.in
Sunday, December 7, 2025
16.1 C
Bhubaneswar

ଅଗ୍ନିକାଣ୍ଡ ଯୋଗୁଁ ହିଥ୍ରୋ ବିମାନବନ୍ଦର ବନ୍ଦ

ଲଣ୍ଡନ: ଶୁକ୍ରବାର ଭୋର ସମୟରେ ଲଣ୍ଡନର ବ୍ୟସ୍ତବହୁୁଳ ହିଥ୍ରୋ ବିମାନବନ୍ଦର ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାବେଳେ ଏହାକୁ ଦିନକ ପାଇଁ ବନ୍ଦ ଘୋଷଣା କରାଯାଇଛି। ଅର୍ଥାତ୍‌ ଶୁକ୍ରବାର ରାତି ୧୨ଟା ପର୍ଯ୍ୟନ୍ତ ହିଥ୍ରୋରୁ କୌଣସି ବିମାନ ଉଡାଣ କିମ୍ବା ଅବତରଣ କରିବ ନାହିଁ ବୋଲି କୁହାଯାଇଛି। ଏଭଳି ପରିସ୍ଥିତି ଯୋଗୁଁ ୧୩୫୧ଟି ବିମାନର ଚଳାଚଳ ବାଧାପ୍ରାପ୍ତ ହୋଇଛି। ବନ୍ଦ ଘୋଷଣା ସମୟରେ ହିଥ୍ରୋ ବିମାନବନ୍ଦର ଉପରେ ୧୨୦ଟି ବିମାନ ଉଡୁଥିଲା। ଏଥିମଧ୍ୟରୁ କେତେକ ବିମାନ ହିଥ୍ରୋରୁ ଉଡାଣ ଆରମ୍ଭ କରିଥିବାବେଳେ ଅନ୍ୟ ବିମାନଗୁଡିକ ଅବତରଣ କରିବାକୁ ପ୍ରସ୍ତୁତ ହେଉଥିଲା। ମିଳିଥିବା ସୂଚନା ଅନୁଯାୟୀ ଅବତରଣ କରିବାକୁ ଥିବା ବିମାନଗୁଡିକର ଗତିପଥ ଗାଟ୍‌ୱିକ୍‌ (ଲଣ୍ଡନ), ଚାର୍ଲସ ଡି’ ଗଲ୍‌ (ପ୍ୟାରିସ) ଏବଂ ସାନନ୍‌ (ଆୟରଲାଣ୍ଡ)କୁ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ଯୋଗୁଁ ବ୍ରିଟିଶ ଏୟାରୱେଜ୍‌, ଆମେରିକାନ ଏୟାରଲାଇନ୍ସ, ଏୟାର ଇଣ୍ଡିଆ, ଡେଲଟା ଏୟାରଲାଇନ୍ସ, ସ୍ବିସ୍‌ ଏୟାର, କ୍ବାଣ୍ଟାସ (ଅଷ୍ଟ୍ରେଲିଆ), ଲୁଫ୍‌ଥାନ୍‌ସା (ଜର୍ମାନୀ), କ୍ୟାଥେ ପ୍ୟାସିଫିକ୍‌ (ହଂକଂ) ଏବଂ ଭର୍ଜିନ ଏୟାରୱେଜ୍‌ ଭଳି ଏୟାଲାଇନ୍ସଗୁଡିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା କୁହାଯାଇଛି। ଏୟାର ଇଣ୍ଡିଆ ପକ୍ଷରୁ ଶୁକ୍ରବାର ଉଡାଣ ଆରମ୍ଭ କରିଥିବା ମୁମ୍ବଇ-ଲଣ୍ଡନ ବିମାନକୁ ଅଧାବାଟରୁ ଫେରାଇ ଅଣାଯାଇଥିବାବେଳେ ଦିଲ୍ଲୀ-ଲଣ୍ଡନ ବିମାନର ଗତିପଥକୁ ଜର୍ମାନୀର ଫ୍ରାଙ୍କଫର୍ଟକୁ ପରିବର୍ତ୍ତନ କରାଯାଇଛି। ଏହାବ୍ୟତୀତ ଶୁକ୍ରବାର ଲଣ୍ଡନଗାମୀ ଅନ୍ୟ ବିମାନଗୁଡିକୁ ବାତିଲ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଗୁରୁବାର ମଧ୍ୟରାତ୍ରିରେ ହିଥ୍ରୋ ବିମାନବନ୍ଦର ନିକଟସ୍ଥ ହା​‌େ​‌ୟସ୍‌ ଅଞ୍ଚଳରେ ଥିବା ବିଦ୍ୟୁତ୍‌ ସବ୍‌ଷ୍ଟେସନରେ ନିଆଁ ଲାଗିଥିଲା। ଫଳରେ ହିଥ୍ରୋ ଆଖପାଖରେ ଥିବା ପ୍ରାୟ ୧୬ ହଜାର ବାସଗୃହ ଅନ୍ଧକାରାଛନ୍ନ ହୋଇପଡିଥିଲା। ସେଠାରୁ ୧୫୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୧୦ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ସକାଳ ୮ଟା (ଭାରତୀୟ ସମୟ ସକାଳ ୧୧ଟା ୩୪ ମିନିଟ) ସୁଦ୍ଧା ନିଆଁକୁ ଆୟତ୍ତ କରିଥିଲେ ବୋଲି ଲଣ୍ଡନ ଅଗ୍ନିଶମ ବିଭାଗ ସହକାରୀ କମିସନର ପ୍ୟାଟ୍‌ ଗୋଲବର୍ଣ୍ଣ କହିଛନ୍ତି। ଏପର୍ଯ୍ୟନ୍ତ ୪ ହଜାର ବାସଗୃହକୁ ବାଦଦେଲେ ଅନ୍ୟତ୍ର ବିଦ୍ୟୁତ୍‌ ପୁନଃ ସଂଯୋଗ କରାଯାଇସାରିଛି। ଅଗ୍ନିକାଣ୍ଡ ଯୋଗୁଁ ହିଥ୍ରୋ ବିମାନବନ୍ଦରର ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲ) ଅକାମୀ ହୋଇପଡିଥିଲା। ଫଳରେ ବିମାନଗୁଡିକର ଉଡାଣ ଓ ଅବତରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ବିମାନ ଚଳାଚଳ ଉପରେ ନଜର ରଖୁଥିବା ‘ଫ୍ଲାଇଟରେଡାର ୨୪’ ରିପୋର୍ଟ ମୁତାବକ ଏଭଳି ପରିସ୍ଥିତି ଯୋଗୁଁ ହିଥ୍ରୋ ବିମାନବନ୍ଦରରେ ସ୍ବାଭାବିକ ସ୍ଥିତି ଫେରିବାକୁ ଆଉ କିଛି ଦିନ ଲାଗିପାରେ। ୧୯୪୬ରେ ହିଥ୍ରୋ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଥିବାବେଳେ ବର୍ତ୍ତମାନ ଏହା ବିଶ୍ବର ବ୍ୟବସ୍ତବହୁଳ ବିମାନବନ୍ଦର ଭାବେ ମାନ୍ୟତାଲାଭ କରିଛି। ୧୨.୩ ବର୍ଗ କିମି ଅଞ୍ଚଳ ଉପରେ ନିର୍ମିତ ହିଥ୍ରୋ ବିମାନବନ୍ଦରରୁ ୮୦ଟି ରାଷ୍ଟ୍ରର ୨୦୦ ସହରକୁ ବିମାନ ଚଳାଚଳ ବ୍ୟବସ୍ଥା ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories