ବିଜିୟୁ ପକ୍ଷରୁ ସସ୍ଥାୟୀ ଭବିଷ୍ୟତ ଗଠନ ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର: ବିର୍ଲ୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ “ସସ୍ଥାୟୀ ଭବିଷ୍ୟତ ସୃଷ୍ଟି : ପ୍ରମୁଖ ସହଭାଗୀଙ୍କ ଭୂମିକା” ବିଷୟ ସମ୍ପର୍କିତ ଏକ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । ଏଥିରେ ଶିକ୍ଷାବିତ୍ , ଉଦ୍ୟୋଗ ପ୍ରମୁଖ ଏବଂ ନୀତି ନିର୍ଦ୍ଧାରକମାନେ ଯୋଗଦେଇ ବିଶ୍ୱ ସ୍ଥାୟୀତ୍ୱର ସମାଧାନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଆମେରିକା ଇକୋଲୋଜିକାଲ ସୋସାଇଟିର ପ୍ରେସିଡେଣ୍ଟ ପିଟର ଏମ୍ ଗ୍ରୋଫମ୍ୟାନ୍ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ସସ୍ଥାୟୀ ପାଇଁ ଉଦ୍ଦିଷ୍ଟ ଗବେଷଣା ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ରୋଙ୍କସ କମ୍ୟୁନିଟି କଲେଜ ପ୍ରେସିଡେଣ୍ଟ ମିଲଟନ ସାଣ୍ଟିଆଗୋ ସ୍ଥାୟୀତ୍ୱ ଲକ୍ଷ୍ୟ ହାସଲ ଦିଗରେ ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସହଯୋଗର ଭୂମିକା ଉପରେ ଆଲୋକପାତ କରିଥିଲେ । ଆଇଆଇଏମ୍ ଅହମଦାବାଦର ପ୍ରଫେସର ନିହାରିକା ଭୋରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସସ୍ଥାୟୀ ନେତୃତ୍ୱର ଗୁରୁତ୍ୱ ଏବଂ ପ୍ରଭାବଶାଳୀ ସମାଧାନ ସୃଷ୍ଟି ଦିଗରେ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଫେସର ନିଲ ଫିଲିପ ମୁଖ୍ୟ ବକ୍ତା ଭାବେ ଅଂଶଗ୍ରହଣ କରି ଜଳବାୟୁ ପରିବର୍ତ୍ତନ ଏବଂ ସସ୍ଥାୟୀ ବିଶ୍ୱ ଗଠନ ଉପରେ ଆଲୋଚନା କରିଥିଲେ । ପ୍ରଫେସର ପରିମିତା ସେନ୍ ନ୍ୟୁୟର୍କ ସିଟି ୟୁନିଭରସିଟି ଉପରେ ଆଲୋକପାତ କରିଥିଲେ ଯାହାର ୧୩ ଜଣ ପୂର୍ବତନ ଛାତ୍ର ନୋବେଲ ପୁରସ୍କାର ବିଜେତା ଅଟନ୍ତି । ବିଜିୟୁ କୂଳପତି ପ୍ରଫେସର କୁଲଭୂଷଣ ବାଲୁନି ସସ୍ଥାୟୀ ବିଶ୍ୱଗଠନ ପ୍ରତି ଥିବା ୟୁନିଭରସିଟିର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବିଜିୟୁ କୂଳଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡିନ୍ ଡଃ ପରମେଶ୍ୱର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମିଳନୀ ସଂଯୋଜକ ଡଃ ଅନୁଭା ରାୟ ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ । ଆସୋସିଏଟ୍ ପ୍ରଫେସର ଡଃ ଅର୍ଚ୍ଚନା ଚୈାଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.