ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରାଠାରେ ଥିବା ଡାକଘରେ ଗତ ସୋମବାର ଅପରାହ୍ନରେ କିଛି ଦୁର୍ବୃତ୍ତ ହଠାତ ପସି କର୍ମଚାରୀଙ୍କୁ ଖଣ୍ଡା ଓ ଠେଙ୍ଗାରେ ଆକ୍ରମଣ କରିବା ସହ ଆସବାବ ପତ୍ର ଭଙ୍ଗାରୁଜା କରିବା ମାମଲାରେ ଆଜି ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ଗୋଳନ୍ଥରା ଚଟି ନୂଆସାହିର ମିଥୁନ ଗୈାଡ ବୋଲି ପୁଲିସ ସୁଚନା ଦେଇଛି। ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ଥିବା ଆକାଶ ଖୁଣ୍ଟିଆ, ବଳିଆ ସାହୁ ଓ ସିପୁନ ଗୈାଡ ପ୍ରମୁଖ ଫେରାର ଥିବାବେଳେ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି ।
Popular Categories



