ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବଲ୍ ବ୍ୟାଡମିଣ୍ଟନ ମହିଳା ଦଳର ତାମିଲନାଡୁ ଗସ୍ତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଆଜି ମହିଳା ବଲ ବ୍ୟାଡମିଣ୍ଟନ ଦଳ ତାମିଲନାଡୁ ଗସ୍ତ କରିଛନ୍ତି l ତାମିଲନାଡୁ ସ୍ଥିତ ଆଲାଗପ୍ପା ବିଶ୍ଵବିଦ୍ୟାଳୟଠାରେ ଚଳିତ ମାସ ୨୯ ଠାରୁ ଏପ୍ରିଲ୍ ମାସ ୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅଲ୍ ଇଣ୍ଡିଆ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଏହି ଦଳ ଭାଗ ନେବେ। ଦଳରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗର ସୁଭସ୍ମିତା ଶବର, ଜି.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟର ଦୀପିକା ପ୍ରଧାନ, ବ୍ରହ୍ମପୁର ସିଟି କଲେଜର ଜୟନ୍ତୀ ବେହେରା, ବାଲିଗୁଡା ଆଦିବାସୀ କଲେଜର ଡଲିନା ପ୍ରଧାନ, ଅଲିଭା ସୁନେଲି ପ୍ରଧାନ, ମଜନ୍ତି ମଲିକ, ଖଲିକୋଟ ଆର୍ ସି ଏମ୍ ସାଇନ୍ସ କଲେଜର ସମିତା ସ୍ବାଇଁ, କୁସୁମ୍ ବେହେରା, ଶ୍ରିପଦା କୁମାରୀ ଜେନା, ସଂଗୀତା ପଣ୍ଡା ଦଳରେ ରହିଥିବା ବେଳେ ମ୍ୟାନେଜର ଭାବେ କେନ୍ଦୁପଦର ଏନବିସି କଲେଜର ପିଇଟି ସୁଶାନ୍ତ କୁମାର ବେହେରା, କୋଚ ଭାବେ ବ୍ରହ୍ମପୁରର ଅର୍ପିତା ଜେନା ଦଳରେ ଗସ୍ତ କରିଛନ୍ତି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କ୍ରୀଡ଼ା ପରିଷଦ ସମ୍ପାଦକ ଡ଼.ସାରଦା ପ୍ରସାଦ ସାହୁ, ରାଜେଶ କୁମାର ମହାନ୍ତି, ସଞ୍ଜୟ ବିଷୋୟୀ,ଦୁଷ୍ମନ୍ତ କୁମାର ପାଢ଼ୀ,ବିର୍ଲା ମାଝୀ, ଏ .ଶିବା ରାଓ, ରବି ଚରଣ ମିଶ୍ର, ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
Comments are closed.