ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ତିନି ଦଫା ଦାବି

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ତିନି ଦଫା ସମ୍ବଳିତ ଦାବି ବିଡ଼ିଓ ମନୀଷା ଦାସଙ୍କୁ ପ୍ରଦାନ କରିଛନ୍ତି । ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଅଧ୍ୟକ୍ଷ ପ୍ରଭାତ ମହାନ୍ତିଙ୍କ ଆହ୍ୱାନ କ୍ରମେ ଓଡ଼ିଶାର ସମସ୍ତ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ଆସନ୍ତାକାଲି ୨୬ ତାରିଖଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟରୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏହି ପରିପ୍ରେକ୍ଷୀରେ ତିନି ଦଫା ସମ୍ବଳିତ ଦାବି ନେଇ ଦିବାକର ପରିଚ୍ଛ।ଙ୍କ ନେତୃତ୍ୱରେ ବିଶ୍ୱନାଥ ପଟ୍ଟନାୟକ, ସୁବ୍ରତ କୁମାର ସିଂ, ଧର୍ମା କାଡ୍ରାକା,ଈତେଶ୍ୱରୀ ଶର୍ମା, ନମିତା ଶର୍ମା,ସିଲା ରାଜାରାଣୀ, ଗୀତା ପ୍ରଧାନୀ, ଲିଙ୍ଗରାଜ ନାୟକ, ଡାଲେସ ଚୌଧୁରୀ ପ୍ରମୁଖ ବିଡ଼ିଓ ମନୀଷା ଦାସଙ୍କୁ ପ୍ରଦାନ କରିଛନ୍ତି । ତତ୍କାଳୀନ ବିଜେଡି ସରକାର ବେକାରୀ ଦୂର କରିବାରେ ଫେଲ ମାରି ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ଆଳରେ ବିଭିନ୍ନ ବିଭାଗର ବିଭିନ୍ନ ପଦବୀକୁ ସରକାର ଘରୋଇ ସଂସ୍ଥାକୁ ଟେକି ଦେଲେ । ସେହି ସଂସ୍ଥା ନିଜେ ତାର ସିଂହ ଭାଗ ରଖି ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଲାଗୁକରି ପାଞ୍ଚ ହଜାରରୁ ଦଶ ହଜାର ମାସକୁ ବେତନ ଦେଇ ବିଭିନ୍ନ ଅଫିସରେ କାର୍ଯ୍ୟ କରାଇ ନିଯୁକ୍ତି କରି ଲଲିପପ ଧରାଇ ବାହାଦୁରୀ ନେଲେ । ହେଲେ ସରକାରଙ୍କ ଦ୍ବାରା ନିଯୁକ୍ତି କର୍ମଚାରୀଙ୍କୁ ୬ ବର୍ଷ ପରେ ସ୍ଥାୟୀ କରାଗଲା । ହେଲେ ୬ ରୁ ୧୦ବର୍ଷ ଆଉଟ ସୋର୍ସିଙ୍ଗରେ ଚାକିରୀ କରିଥିଲେ ମଧ୍ୟ ସରକାରୀ ଖାତାରେ ଏ ମାନଙ୍କର ନା ନଥାଇ ଘରୋଇ ଠିକା ସଂସ୍ଥାରେ ନାମ ଥିବାରୁ ସରକାର ଏମାନଙ୍କ ସ୍ଥାୟୀ ଚାକିରି ପାଇଁ ଚିନ୍ତା ନ କରିବାରୁ ଅଭାବ ଅନଟନରେ ଦିନ ରାତି କାର୍ଯ୍ୟ କରୁଥିବା କର୍ମଚାରୀମାନେ ଦୁଃଖର ସହ ବର୍ତ୍ତମାନ ମୋହନ ସରକାରଙ୍କ ନିକଟରେ ନିବେଦନ ପୂର୍ବକ ଆସନ୍ତା ୨୬ ତାରିଖ ଠାରୁ ୩ ଦଫା ଦାବି ନେଇ ଅନିଦ୍ଧିଷ୍ଟ କାଳ ରାଜ୍ୟ ବିଧାନସଭା ସମ୍ମୁଖ ମହାତ୍ମା ଗାନ୍ଧୀ ମାର୍ଗରେ ଧାରଣା ଦେବା ନେଇ କଲ୍ୟାଣ ସିଂହପୁର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି | ଏଠାରେ କଥା ଉଠୁଛି କି ବିଜେଡ଼ି ଶାସନରେ ସୋର୍ସିଙ୍ଗ କର୍ମଚାରୀମାନଙ୍କ ପାଇଁ ବିଜେପି ସରକାର କୁମ୍ଭୀର କାନ୍ଦଣା କରୁଥିଲା | ବର୍ତ୍ତମାନ ବିଜେପି ସରକାର ଶାସନକୁ ଆସିବା ପରେ କିଭଳି ଭାବେ ଗୁହାରୀ ଶୁଣୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
Comments are closed.