ଓଲଟିଲା ଟମାଟୋ ବୋଝେଇ ଟ୍ରକ୍

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଭାତପରସୀ  ଗ୍ରାମ ନିକଟ ପୋଲଠାରେ ଏକ ଟମାଟୋ ବୋଝେଇ ଟ୍ରକ ଓଲଟି ପଡିଛି । ଆଜି ସନ୍ଧ୍ୟା ସମୟରେ କଲ୍ୟାଣସିଂହପୁର ପୂର୍ଣ୍ଣାଭଟାଠାରୁ ଏପି ୩୯ ୟୁ ଏମ୍ ୭୬୮୧ ନମ୍ବର ଏକ ଟ୍ରକରେ ୧୦ ଟନ ଟମାଟୋ ବୋଝେଇ କରି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ  ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ବୋଲେରକୁ  ସାଇଡ ଦେବା ବେଳକୁ ଭାରସାମ୍ୟ ହରାଇ ଭାତପରସୀ ପୋଲ ନିକଟରେ ଓଲଟି ପଡିଛି । ଗାଡ଼ିରେ ଦୁଇଜଣ ଥିବା ସମୟରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

Comments are closed.