www.samajalive.in
Monday, December 15, 2025
24.1 C
Bhubaneswar

ତାରାଙ୍କ ନିଲମ୍ବନ ପ୍ରତିବାଦ, ବିଧାନସଭା ଯିବେନି କଂଗ୍ରେସ ବିଧାୟକ

ଭୁବନେଶ୍ୱର: ବିଧାନସଭାରୁ ୭ଦିନ ପାଇଁ ନିଲମ୍ବନ ହୋଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକ ବିଧାନସଭା ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭା ଚାଲିଥିବାବେଳେ ଗୃହ ବର୍ଜନ କରି ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।

ଗତକାଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ୭ ଦିନ ପାଇଁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଥିବାରୁ ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ବିଧାନସଭା ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାୟକ ତାରା ବାହିନୀପତିଙ୍କ ନିଲମ୍ବନ ନ ହଟିବା ଯାଏଁ ସେମାନେ ବିଧାନସଭା ଯିବାକୁ ବୟକଟ୍‌‌ କରିବେ ବୋଲି କହିଛନ୍ତି।

- Advertisement -

କଂଗ୍ରେସ ନେତା ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ ଆମ ବିଧାୟକ କେହି ଗୃହକୁ ଯିବେନି। ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିବେ। ଅନେକ ସମୟରେ ପ୍ରଶ୍ନ ପଚାରିଥିଲି, ତାଙ୍କୁ ବାଣ ଭଳିଆ ଭେଦିଥିଲା। ତେଣୁ ମୋତେ ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବନ କରାଯାଇଛି।

ଆଜି ତାରା ବାହିନୀପତିଙ୍କୁ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଭେଟିଛନ୍ତି। ମହିଳା ଓ ଛାତ୍ରୀଙ୍କ ପାଇଁ ଲଢୁଥିବାରୁ ଧନ୍ୟବାଦଦ ଜଣାଇବା ସହ କଂଗ୍ରେସ ଦଳ ମୋ ସହିତ ଥିବା ପ୍ରଭାରୀ ସୂଚନା ଦେଇଥିଲେ ବୋଲି ତାରା ବାହିନୀପତି କହିଛନ୍ତି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories