ଦେଖନ୍ତୁ ଭିଡିଓ; ବାଘକୁ ଦେଖି କୁମ୍ଭୀର ଛାନିଆ, କଲା ଏମିତି

ନୂଆଦିଲ୍ଲୀ : ବାଘ ଓ କୁମ୍ଭୀର ଉଭୟ ବଡ ଶିକାରୀ । ବାଘ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ପଶୁ । କୁମ୍ଭୀର ପାଣି ଭିତରେ ଏକ ଶକ୍ତିଶାଳୀ ପଶୁ । ମାତ୍ର କୁମ୍ଭୀର ସ୍ଥଳଭାଗରେ ଶିକାର କରିବା ଅଧିକ ସମ୍ଭବ ହୋଇନଥାଏ । ନିକଟରେ ସୋସିଆଲ ମିଡିଆରେ ବାଘ ଓ କୁମ୍ଭୀରର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।
ଭାଇରାଲ ହେଉଥିବା ଭିଡିଓଟି ରାଜସ୍ଥାନର ସୱାଇ ମାଧୋପୁରରେ ଅବସ୍ଥିତ ରଣଥମ୍ବୋର ଜାତୀୟ ଉଦ୍ୟାନର ବୋଲି କୁହାଯାଉଛି। ଯେଉଁଥିରେ ଦେଖାଯାଇଛି ଯେ ପାଣିରୁ ବାହାରି ଆସିବା ପରେ ଏକ କୁମ୍ଭୀର ବିଶ୍ରାମ ନେଉଛି। ତା’ପରେ କୁମ୍ଭୀରଟିର ନଜର ବୁଦା ପଛରୁ ଆସୁଥିବା ଏକ ବାଘ ଉପରେ ପଡ଼ିଲା। ଏହା ଦେଖିବା ମାତ୍ରେ କୁମ୍ଭୀରଟି ଭୟରେ ପାଣି ଭିତରକୁ ପଳାଉଛି ।


କୁମ୍ଭୀର ବାଘକୁ ଭୟ କରି ପାଣି ଭିତରକୁ ପଳାଉଛି । ବାଘ କିଛି ସମୟ ସେଠାରେ ବୁଲୁଛି । ଉଭୟ ଛୋଟ ପିଲାଙ୍କ ଭଳି ବ୍ୟବହାର କରୁଥିବା ଦେଖାଯାଉଛି । ୧୪ ସେକେଣ୍ଡର ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଏଥର ହୋଲିରେ ୧୦୦ ବର୍ଷ ପରେ ତ୍ରିଗ୍ରହୀ ଯୋଗ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ଧନର ହେବ ବର୍ଷା..

ଏହି ବାସ୍ତୁ ଦୋଷ ପାଇଁ ବିଳମ୍ବ ହୁଏ ବିବାହ; ବାରମ୍ବାର ଆସେ ବାଧା..

ଦେଖନ୍ତୁ ଭିଡିଓ ; ବାଛୁରୀ ଦେହରେ ଗୁଡାଇ ହୋଇ ରହିଲା ବିଷାକ୍ତ ସାପ

ୟୁପିଆଇରେ ବଡ ପରିବର୍ତ୍ତନ; ଏପ୍ରିଲ୍‌ ୧ରୁ ନୂଆ ନିୟମ ଲାଗୁ

Comments are closed.