www.samajalive.in
Wednesday, December 10, 2025
26.1 C
Bhubaneswar

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ

ଆଠଗଡ : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,  ଆସାମର ପୂର୍ବତନ ରାଜ୍ୟପାଳ ତଥା ଆଠଗଡର ପୂର୍ବତନ ବିଧାୟକ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦ତମ ଶ୍ରାଦ୍ଧ ଉତ୍ସବ ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗଦେଇ ସ୍ବର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ଉଦବୋଧନ ଦେଇ କଂଗ୍ରେସ ନେତୃବୃନ୍ଦ ସ୍ବର୍ଗତ ପଟ୍ଟନାୟକଙ୍କର ଓଡିଶା ରାଜ୍ଯ ତଥା ଆଠଗଡର ବିକାଶ କ୍ଷେତ୍ରରେ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ଜାନକୀ ବାବୁ ଆଠଗଡ ନିର୍ବାଚନ ମଣ୍ଡଳୀରେ ନୂଆପାଟାଣାଠାରେ ସୁତା କାରଖାନା, ଆଠଗଡରେ ପାୱାରଲେସ, ସୁତା ରଙ୍ଗ କାରଖାନା, ଶୀତଳ ଭଣ୍ଡାର, ଷ୍ଟାଡିୟମ, ନୂତନ ବସଷ୍ଟାଣ୍ଡ ଆଦି ବହୁ ବିକାଶମୂଳକ କାର୍ଯ୍ଯ କରିବା ସହ ହଜାର ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଥିଲେ ବୋଲି କଂଗ୍ରେସ ନେତା ପ୍ରକାଶ କରିବା ସହ ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଶ୍ରାଦ୍ଧ ଉତ୍ସବରେ ବରିଷ୍ଠ ନେତା ତଥା ପିସିସି ସଭ୍ଯ ଅକ୍ଷୟ କୁମାର ତୁଙ୍ଗସାମନ୍ତ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି କିଶୋର ସାମନ୍ତରାୟ, ବିପିନ ବିହାରୀ ମହାପାତ୍ର, ଲମ୍ବୋଦର ସ୍ୱାଇଁ, ଯୁବନେତା ସଂଗ୍ରାମ କେଶରୀ ପାତ୍ର, ଛାତ୍ର କଂଗ୍ରେସ ସଭାପତି ଶୁଭାଶିଷ ମିଶ୍ର,  ଯୁବ କଂଗ୍ରେସ ନେତା ଶିରିଶ ଦଳ, ସମ୍ବିତ ଦଳାଇ, ଦେବବ୍ରତ ଦାସ,ପ୍ରଶାନ୍ତ ବେହେରା, ନିଖିଲ ବେହେରା, ପ୍ରଦୋଷ ସାହୁ, ଅଜୟ ନାଥ,  ରଜତ ସାହୁ ଓ ସଂଗ୍ରାମ ବେହେରାଙ୍କ ସମେତ ଅନ୍ଯମାନେ ଉଦବୋଧନ ଦେଇ ଜାନକୀ ବାବୁଙ୍କ ସ୍ମୃତିଚାରଣ କରିଥିଲେ । ପରେ ପରେ ଆଠଗଡ ସହରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଏକ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ସରକାରୀ ଜମି ଯୋଗାଇଦେବା ଲାଗି ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories