ଫୁଲବାଣୀ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଡଲାବାଲି ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନଥିବାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ଶିଶୁମାନଙ୍କୁ ପ୍ରାକ ବିଦ୍ୟାଳୟରେ ଶିକ୍ଷା ଦାନ କରାଯାଉଛି ତ କେତେବେଳେ ବିଦ୍ୟାଳୟ ବାରଣ୍ଡାରେ ଦୀର୍ଘ ବର୍ଷ ଧରି ଗ୍ରାମର ସୁରେଶ କୁମାର ପ୍ରଧାନଙ୍କ ଘର ବାରଣ୍ଡାରେ ପାଠ ପଢ଼ା ହେଉଛି। ଶିକ୍ଷାଦାନରେ ସମସ୍ୟା ସାଙ୍ଗକୁ ବହୁ କଷ୍ଟରେ ରୋଷେଇ କରାଯାଇ ପିଲାଙ୍କୁ ଖାଇବାକୁ ଦିଆଯାଉଛି। ଏ ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ ଅବନ୍ତୀ ମଲ୍ଲିକ ସିଡିପିଓ ଏବଂ କ ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବହୁବାର ଜଣାଇଛନ୍ତି। କେବଳ ପ୍ରତିଶ୍ରୁତି ମିଳିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ନୂତନ ଗୃହ ନିର୍ମାଣ ପାଇଁ ସେଭଳି କିଛି ପଦକ୍ଷେପ ନିଆଯାଇ ନାହିଁ ବୋଲି ଗ୍ରାମର ନବ୍ର ପ୍ରଧାନ, ଲୁଚନ ପ୍ରଧାନ, ପଞ୍ଚୁ ପ୍ରଧାନ, ସୁନାକର ପ୍ରଧାନ ବ୍ରଜିନ୍ଦ୍ର ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ନିତ୍ୟାନନ୍ଦ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ପ୍ରତିମା ପ୍ରଧାନ ସମେତ ଡଲାବାଲି ଗ୍ରାମବାସୀ ଦାବି କରିଛନ୍ତି।
Popular Categories



