ରେଙ୍ଗାଲିକ୍ୟାମ୍ପ: ଅତାବିରା ୫୩ ନଂ ଜାତୀୟ ରାଜପଥରେ ଏକ ହନୁ ମାଙ୍କଡ ଦଳ ରାସ୍ତା ପାରି ହେଉଥିବା ବେଳେ ଗୋଟିଏ ହନୁ ମାଙ୍କଡ ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ଏହା ଦେଖି ଅବଶିଷ୍ଟ ସାଥୀ ମାଙ୍କଡ ଆଉ ଭୟରେ ରାସ୍ତା ପାରି ନ ହୋଇ ରହିଯାଇଥିଲେ। କିନ୍ତୁ ଉଭୟ ପଟରେ ସେମାନେ ରହି ନିଜର ସାଥୀ ମାଙ୍କଡ଼ର ଏତାଦୃଶ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରି ଜଗି ରହିଥିଲେ। ରାସ୍ତାରେ ଲୋକେ ଯିବା ଆସିବା ବେଳେ କେହି ଯଦି ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରୁଥିଲା, ସେମାନେ ତାକୁ ରାଗରେ ଘଉଡାଇ ଦେଇଥିଲେ। ତାଙ୍କର ଏତାଦୃଶ ବ୍ୟବହାରରୁ ସ୍ପଷ୍ଟ ପ୍ରତୀତ ହେଉଥିଲା, ତାଙ୍କର ଏହି ଦୁର୍ଦ୍ଦଶା ପାଇଁ ମଣିଷ ଉପରେ ତାଙ୍କର ରାଗ ଥିଲା। କିଛି ସମୟ ପରେ ଜଣେ ସ୍ବେଚ୍ଛାସେବୀ ଯୁବକ କର୍ଣ୍ଣ, ଯିଏ କି ଚଣା ମୁଢ଼ି ବିକ୍ରୟ କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି, ମୃତ ମାଙ୍କଡକୁ ଦେଖି କିଛି ଜଣ ଅନ୍ୟ ସ୍ବେଚ୍ଛାସେବୀ ବଜରଙ୍ଗ ଦଳର ମନୀଷ ଶର୍ମା, ସାମ୍ବାଦିକ ଆକାଶ ମିଶ୍ର, ସୋମନାଥ ପଟ୍ଟନାୟକ ବାବୁ ଆଦିଙ୍କ ସହାୟତାରେ ଭାଲୁପାଲି ନଳିଆ କୂଳରେ ଅନ୍ତିମ ସଂସ୍କାର କରିଥିଲେ।
Popular Categories



