www.samajalive.in
Tuesday, December 9, 2025
16.1 C
Bhubaneswar

ଅର୍ଥନୈତିକ ସାକ୍ଷରତା ଓ ସଶକ୍ତିକରଣ ସମ୍ପର୍କିିତ ଜିଲାସ୍ତରୀୟ କର୍ମଶାଳା

କେନ୍ଦୁଝରଗଡ଼଼: ଜିଲା ପ୍ରଶାସନ ଓ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସଦର ବ୍ଲକ ସଭାଗୃହରେ ସୋମବାର ପୂର୍ବାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଅର୍ଥନୈତିକ ସାକ୍ଷରତା ଓ ସଶକ୍ତିକରଣ ସମ୍ପର୍କିତ ଜିଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି କର୍ମକର୍ତ୍ତା ଓ ସୁଭଦ୍ରା ଉପଭୋକ୍ତାଙ୍କୁ ନେଇ ଅନୁଷ୍ଠିତ ଏହି କର୍ମଶାଳାରେ ସମାଜ ମଙ୍ଗଳ ଅଧିକାରିଣୀ ସ୍ନେହଲତା ସାହୁ, କାର୍ଯ୍ୟକ୍ରମ ଅଧିକାରିଣୀ ବାସନ୍ତୀ ମହାନ୍ତ, ଜିଲା ସୁରକ୍ଷା ଅଧିକାରୀ ଚନ୍ଦ୍ରକାନ୍ତୀ ଜେନା, ଓଡ଼ିଶା ଜୀବୀକା ମିଶନ ଜିଲା ପରିଚାଳକ ପବିତ୍ର ମୋହନ ବାରା, ମିଶନ ଶକ୍ତି ଜିଲା ସଂଯୋଜିକା ସମିଧା ପାଢ଼ୀ, ତଦାଶା ସମ୍ପାଦକ ତଥା ଜିଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଅକ୍ଷୟ କୁମାର ଚକ୍ର, ଚମ୍ପୁଆ ବ୍ଲକ କାର୍ଯ୍ୟକ୍ରମ ଅଧିକାରିଣୀ ଲକ୍ଷ୍ମୀ ଖୋୟା, ପୋଷଣ ଜିଲା ସଂଯୋଜକ ଅଜିତ କୁମାର ମହାନ୍ତି, ବାଲ୍ୟ ବିବାହ ନିରାକରଣ ଜିଲା ସଂଯୋଜିକା ପ୍ରିୟଙ୍କା ମଲ୍ଲିକ, ମିଶନ ଶକ୍ତି ହବ୍‌‌ ଜିଲା ସଂଯୋଜକ ଜୟ ଦିବାକର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଚଳିତବର୍ଷ ପାଳନ ହେବାକୁ ଥିବା ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ତାରିଖ ଉପଲକ୍ଷେ ମହିଳା ମାନଙ୍କ ପାଇଁ ଅର୍ଥନୈତିକ ସାକ୍ଷରତା ଓ ମହିଳା ସଶକ୍ତିକରଣ ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories