www.samajalive.in
Monday, December 8, 2025
13.1 C
Bhubaneswar

ରାଣାକୁ ଜେରା କରିବେ ସଦାନନ୍ଦ ଦାତେ

ମୁମ୍ବଇ : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତକୁ ପ୍ରତ୍ୟର୍ପିତ ହୋଇଥିବା ତାହାଉର ରାଣାକୁ ବର୍ତ୍ତମାନ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ହାଜତରେ ରଖାଯାଇଛି। କଡା ସୁରକ୍ଷା ବଳୟ ଭିତରେ ରହିଥିବା ରାଣାକୁ ମହାରାଷ୍ଟ୍ର କ୍ୟାଡରର ବରିଷ୍ଠ ଆଇପିଏସ ତଥା ଏନ୍‌ଆଇଏ ଡିଜି ସଦାନନ୍ଦ ଦାତେ ଜେରା କରିବେ ବୋଲି ଜଣାପଡିଛି। ୨୦୦୮ ନଭେମ୍ବର ୨୬ରେ ଲସ୍କର ଆତଙ୍କବାଦୀମାନେ ମୁମ୍ବଇ ସହରରେ ବିଭିନ୍ନ ସ୍ଥାନରେ ନରସଂହାର ଚଳାଇଥିବାବେଳେ ସଦାନନ୍ଦ ମୁମ୍ବଇରେ ଅତିରିକ୍ତ ପୁଲିସ କମିସନର ଭାବେ କାର୍ଯ୍ୟରତ ଥିଲେ। କାମା ହସ୍ପିଟାଲ ନିକଟ​‌େ​‌ର ସଦାନନ୍ଦଙ୍କ ନେତୃତ୍ବାଧୀନ ପୁଲିସ ଟିମ୍‌ ସହ ଆଜମଲ କସାବ୍‌ର ମୁହାଁମୁହିଁ ହୋଇଥିଲା। କସାବ୍‌ର ଗ୍ରେନେଡ ମାଡରେ ସଦାନନ୍ଦ ଆହତ ହୋଇଥିବାବେଳେ ଦୁଇଜଣ ଆତଙ୍କବାଦୀ ସେଠାରୁ ପଳାୟନ କରିବାରେ ସଫଳ ହୋଇଥିଲେ। ଆହତ ହୋଇଥିବା ସତ୍ତ୍ବେ ସଦାନନ୍ଦ ଏହି ଆତଙ୍କବାଦୀଙ୍କ ପିଛା କରି ଜଣକୁ ମାରିବାରେ ସଫଳ ହୋଇଥିଲେ। ଏଭଳି ସାହସିକତା ପାଇଁ ତାଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯାଇଥିଲା। ସଦାନନ୍ଦ ପରବର୍ତ୍ତୀ ସମୟରେ ମୁମ୍ବଇ ଏଟିଏସ ମୁଖ୍ୟ, ସିଆରପିଏଫ୍‌ ଆଇଜି ଭଳି ପଦରେ କାର୍ଯ୍ୟକରି ପ୍ରଶଂସିତ ହୋଇସାରିଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories