www.samajalive.in
Monday, December 15, 2025
24.1 C
Bhubaneswar

ଜାତୀୟ ସଂକଟ ଆଡକୁ ମୁହାଁଉଛି ବାଂଲାଦେଶ

ଢାକା: ବାଂଲାଦେଶରେ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ରାଜନୈତିକ ଉତ୍ତେଜନା ଲାଗି ରହିଛି। ଦେଶବାସୀ କଳହରତ ଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଦୋଷାରପ କରୁଛନ୍ତି। ଏଥିପାଇଁ ଆଗାମୀ ଦିନରେ ଦେଶରେ ଜାତୀୟ ସଂକଟ ଦେଖାଦେବାର ଆଶଙ୍କା ରହିଥିବା ସେନାମୁଖ୍ୟ ଜେନେରାଲ ୱାକର ଉଜ୍ ଜମାନ କହିଛନ୍ତି। ଜାତୀୟ ସଂକଟ ଯୋଗୁଁ ବାଂଲଦେଶର ସ୍ବାଧୀନତା ଓ ସାର୍ବଭୌମତ୍ବ ବିପଦରେ ପଡିବ ବୋଲି ସେନାମୁଖ୍ୟ କହିଛନ୍ତି। ସୋମବାର କକ୍ସ ବଜାରସ୍ଥିତ ବାୟୁସେନା ଘାଟି ଉପରେ କେତେକ ଦୁର୍ବୃତ୍ତ ଆକ୍ରମଣ ଘଟଣାକୁ ନିନ୍ଦା କରି ସେନାମୁଖ୍ୟ କହିଛନ୍ତି ଯେ ସେନା ଉପରେ ଆକ୍ରମଣ କରିବାକୁ ଅପଚେଷ୍ଟା କରା ନଯାଉ। ବରଂ ସେନାକୁ ଦେଶବାସୀ ସହଯୋଗ କରନ୍ତୁ। ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦିଅନ୍ତୁ। ଜେନେରାଲ ୱାକର କହିଛନ୍ତି ଯେ ବର୍ତ୍ତମାନ ସମୟରେ ଦେଶବାସୀ ଯଦି ଏକଜୁଟ୍ ନହେବେ ତେବେ ଦେଶ ଆହୁରି ବିପଦରେ ପଡିବ। ଆଗାମୀ ଦିନରେ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ କରିବା ଲାଗି ଯୋଜନା କରାଯାଉଛି। ଦେଶରେ ସାଧାରଣ ନିର୍ବାଚନ କରିବା ସମ୍ପର୍କରେ ସେ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ଙ୍କ ସହିତ ଆଲୋଚନା କରିଛନ୍ତି। ସମ୍ଭବତଃ ଆଗାମୀ ଡିସେମ୍ବର କିମ୍ବା ଏହା ପୂର୍ବରୁ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଅନୁଷ୍ଠିତ ହୋଇ ସ୍ଥିର ସରକାର ଗଠନ ପର‌୍ୟ୍ୟନ୍ତ ଦେଶବାସୀ ଏକଜୁଟ୍ ରହିବା ଦରକାର ବୋଲି ସେନାମୁଖ୍ୟ କହିଛନ୍ତି। ଶେଖ ହସିନା ସରକାରର ପତନ ପରେ ୱାକର ଜମାନ ବାଂଲାଦେଶର ସେନାମୁଖ୍ୟ ହୋଇଥିଲେ। ବାଂଲାଦେଶ ସେନାକୁ ଏବେ ପୁଲିସ ଭଳି ନ୍ୟାୟିକ କ୍ଷମତା ପ୍ରଦାନ କରାଯାଇଛି। ତେଣୁ ସେନା ଏବେ ବିଭିନ୍ନ ଅପରାଧ ଓ ହିଂସା ମାମଲାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ କରିବା ଭଳି ପଦକ୍ଷେପ ନେଉଛି।
ନିର୍ବାଚନ ପୂର୍ବରୁ ନିଜର ଦଳ ଗଠନ କରିବା ଲାଗି ୟୁନୁସ୍‌ ସରକାରରେ ସୂଚନା ପ୍ରସାରଣ ପରାମର୍ଶଦାତା ଥିବା ନହିଦ ଇସଲାମ ଇସ୍ତଫା ଦେଇଛନ୍ତି। ନହିଦ ଇସଲାମ ହେଉଛନ୍ତି ପ୍ରମୁଖ ଛାତ୍ର ନେତା ଯିଏକି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହୋଇଥିବା ଛାତ୍ର ଆନ୍ଦୋଳନ ନେତୃତ୍ବ ନେଇଥିଲେ। ଫେବୃଆରୀ ୨୮ରେ ନହିଦ ତାଙ୍କ ରାଜନୈତିକ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories