www.samajalive.in
Friday, December 5, 2025
27.1 C
Bhubaneswar

ଦୋଷୀ ରାଜନେତାଙ୍କୁ ଆଜୀବନ ବାସନ୍ଦ ଆବେଦନକୁ କେନ୍ଦ୍ର ସରକାରଙ୍କ ବିରୋଧ

ନୂଆଦିଲ୍ଲୀ: ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ରାଜନେତାଙ୍କୁ ଆଜୀବନ ବାସନ୍ଦ କରିବାକୁ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ବୁଧବାର କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦୋଷୀ ରାଜନେତାଙ୍କୁ ନିର୍ବାଚନ ଲଢିବା ଲାଗି ଆଜୀବନ ବାସନ୍ଦ କରିବା ନିଷ୍ପତ୍ତି ସଂସଦର ପରିସରଭୁକ୍ତ। ଏହା ଉପରେ ନ୍ୟାୟପାଳିକା କୌଣସି ନିଷ୍ପତ୍ତି ନେଇପାରିବ ନାହିଁ। ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୮ ଓ ୯ର ବୈଧତାକୁ ଚାଲେଞ୍ଜ କରି ଓକିଲ ଅଶ୍ବିନୀ କୁମାର ୨୦୧୬ରେ ଦାୟର କରିଥିବା ଏକ ଆବେଦନ ଉପରେ ଜବାବ ଦେଇ କେନ୍ଦ୍ର ସରକାର ଏପରି କହିଛନ୍ତି। ଜନ ପ୍ରତିନିଧି ଆଇନର ଧାରା ୮ ଅନୁଯାୟୀ ଜଣେ ରାଜନେତା ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହେବା ପରେ ୬ବର୍ଷ ପାଇଁ କୌଣସି ନିର୍ବାଚନ ଲଢିପାରିବେ ନାହିଁ। ସେହିପରି ଧାରା ୯ ଅନୁଯାୟୀ ଦୁର୍ନୀତି ମାମଲାରେ ଚାକିରିରୁ ବିତାଡିତ ହୋଇଥିବା ସରକାରୀ କର୍ମଚାରୀ ବିତାଡିତ ହେବାର ଦିନ ଠାରୁ ୫ବର୍ଷ ଯାଏ ନିର୍ବାଚନ ଲଢିପାରିବେ ନାହିଁ। ଆବେଦନକାରୀ ଓକିଲ ଅଶ୍ବିନୀ କୁମାର କହିଛନ୍ତି ଯେ ଜନ ପ୍ରତିନିଧି ଆଇନର ଏହି ଦୁଇ ଧାରାରେ ସଂଶୋଧନ କରାଯାଇ ଦୋଷୀ ରାଜନେତା ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ନିର୍ବାଚନ ଲଢିବା ଉପରେ ଆଜୀବନ ବାସନ୍ଦାଦେଶ ଲାଗୁ କରାଯାଉ। ଆବେଦନକାରୀ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟର ହସ୍ତକ୍ଷେପ ଲୋଡିଥିବାବେଳେ କେନ୍ଦ୍ର ସରକାର ଏହାକୁ ବିରୋଧ କରିଛନ୍ତି। କେନ୍ଦ୍ର ସରକାର ତାଙ୍କ ସତ୍ୟପାଠରେ କହିଛନ୍ତି ଯେ ରାଜନେତାଙ୍କ ନିର୍ବାଚନ ଲଢିବା ବାସନ୍ଦାଦେଶର ଅବଧି କେତେବର୍ଷ ରହିବ ତାହା ବ୍ୟବସ୍ଥାପିକା ସଭାର ନିଷ୍ପତ୍ତି ପରିସର। ଏହା ଉପରେ ନ୍ୟାୟପାଳିକା କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଆବେଦନକାରୀ ଯେଉଁ ଦାବି କରିଛନ୍ତି ତାହା କାର‌୍ୟ୍ୟକାରୀ କରିବାକୁ ହେଲେ ଆଇନର ସଂଶୋଧନ ଆବଶ୍ୟକ। ଅଦାଲତ ମଧ୍ୟ ସଂସଦକୁ ଆଇନ ତିଆରି ଲାଗି ନିର୍ଦେଶ ଦେଇପାରିବେ ନାହିଁ କି ନିର୍ଦ୍ଦିଷ୍ଟ ଆଧାରରେ ଆଇନ ପ୍ରଣୟନ ଲାଗି ପରାମର୍ଶ ଦେଇପାରିବେ ନାହିଁ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories