www.samajalive.in
Friday, December 5, 2025
26.1 C
Bhubaneswar

୨୮ରୁ ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ବର: ପଶ୍ଚିମାଝଡ଼ ପ୍ରଭାବରେ ସପ୍ତା‌େ‌ହ ହେଲା ସାରା ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଥିଲା। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେଉ ନଥିଲା। କିନ୍ତୁ ପଶ୍ଚିମାଝଡ଼ ପ୍ରଭାବ ଅପସରି ଯିବାରୁ ଆସନ୍ତା ୨୮ତାରିଖରୁ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ୨୮ରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇପାରେ। ବୁଧବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ଝାରସୁଗୁଡା ୩୫.୪, ସମ୍ବଲପୁର ୩୫.୩, ଟିଟିଲାଗଡ ୩୫, ଭୁବନେଶ୍ବର ୩୩ ଏବଂ କଟକରେ ୩୦.୬ ଡିଗ୍ରୀ ରହିଛି। ରାତି ତାପମାତ୍ରା ଘୁ.ଉଦୟଗିରିରେ ୧୨ଡିଗ୍ରୀ ଥିବାବେଳେ ଫୁଲବାଣୀ ୧୪, ଭୁବନେଶ୍ବର ୨୧.୮ ଏବଂ କଟକରେ ୨୦.୩ ଡିଗ୍ରୀ ରହିଛି।ବୁଧବାର ସକାଳେ ପାରାଦ୍ବୀପରେ ଘନକୁହୁଡି ଅନୁଭୂତ ହୋଇଥିବା ବେଳେ ଗୁରୁବାର ସକାଳେ ଜଗତସିଂହପୁର ଏବଂ ଭଦ୍ରକ ଜିଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ କଟକ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲାର କିଛି ଅଞ୍ଚଳରେ କୁହୁଡି ଅନୁଭୂତ ହେବାର ସମ୍ଭାବନା ରହିଛି।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories