www.samajalive.in
Monday, December 15, 2025
14.1 C
Bhubaneswar

ଆଜି ହାଜର ହେବେ କିଟ୍ ଅଧିକାରୀ ଓ କର୍ମଚାରୀ

ଭୁବନେଶ୍ବର : କିଶୋର ନ୍ୟାୟ ଆଇନ-୨୦୧୫ରେ ପଞ୍ଜିକୃତ ହୋଇନି କିସ୍‌। ବିନା ପଞ୍ଜୀକରଣରେ କିସ୍‌ ଚାଲିଛି। ୨୦୧୭ରେ ଖୋର୍ଦ୍ଧା ଶିଶୁମଙ୍ଗଳ କମିଟି  କିସ୍‌ କ୍ୟାମ୍ପସ୍‌ ଅନୁଧ୍ୟାନ ପରେ ଅଣପଞ୍ଜିକୃତ ଭାବେ କିସ୍‌ ଚାଲିଥିବା ଜଣାପଡ଼ିଥିଲା। ଏବେସୁଦ୍ଧା ପଞ୍ଜିକୃତ ହୋଇନଥିବା ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନାପତି କହିଛନ୍ତି। ଅନୁଧ୍ୟାନ ସମୟରେ ଅନେକ ଅବ୍ୟବସ୍ଥା ଥିବା ସିଡବ୍ଲ୍ୟୁସି ନଜରକୁ ଆସିଥିଲା। ଏସବୁ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସିଡବ୍ଲ୍ୟୁସି ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଲେଖିଥିଲେ।
ସିଡବ୍ଲ୍ୟୁସି ସଦସ୍ୟ ଶ୍ରୀ ସେନାପତି କହିଛନ୍ତି, କମିଟି ସଦସ୍ୟ ଥିବା ସମୟରେ ବର୍ଷକ ଭିତରେ ଉଦ୍ଧାର ହୋଇଥିବା ୪ରୁ ୫ ଜଣ ପିଲା କିସ୍‌ର ବୋଲି ଜଣାପଡ଼ିଥିଲା। ହେଲେ ନିଖୋଜ ସମ୍ପର୍କରେ କିସ୍ ପକ୍ଷରୁ ଥାନାରେ ଏତଲା କରାଯାଇନଥିଲା। ଏନେଇ କିସ୍ କର୍ତ୍ତୃପକ୍ଷଙ୍କୁ ମଗାଯାଇଥିବା ଜବାବର ସନ୍ତୋଷଜନକ ଉତ୍ତର ମିଳିନଥିଲା। ତତ୍କାଳୀନ ଜିଲାପାଳଙ୍କ ଅନୁମତି ନେଇ ଖୋର୍ଦ୍ଧା ସିଡବ୍ଲ୍ୟୁସି ପକ୍ଷରୁ କିସ୍ କ୍ୟାମ୍ପସ ଯାଞ୍ଚ କରାଯାଇଥିଲା। କିସ୍‌ରେ ପିଲାଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଶୌଚାଳୟ ନଥିବା ଯାଞ୍ଚରୁ ଜଣାପଡ଼ିଥିଲା। ଅସ୍ବାସ୍ଥ୍ୟକର ପରିବେଶରେ ଛାତ୍ରଛାତ୍ରୀ ରହୁଥିଲେ। ସକାଳୁ ଚୁଡ଼ା, ଚିନି ସହ ୧୨ ଘଣ୍ଟା ବ୍ୟବଧାନରେ ମାତ୍ର ଦୁଇଥର ଖାଇବା ମିଳୁଥିଲା। ଯାଞ୍ଚର ସବିଶେଷ ରିପୋର୍ଟ ସିଡବ୍ଲ୍ୟୁସି ପକ୍ଷରୁ ଖୋର୍ଦ୍ଧା ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ଲାଗି ସିଡବ୍ଲ୍ୟୁସି ସୁପାରିସ୍‌ କରିଥିଲା। ଏ ସଂକ୍ରାନ୍ତରେ କିଟ୍‌ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିବାବେଳେ କୌଣସି ପ୍ରତିକ୍ରିୟା ମିଳି ନ ଥିଲା।
ଅନ୍ୟପଟେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଓ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ନିକଟରେ ୬ ଅଧିକାରୀ ଓ କର୍ମଚାରୀ ଗୁରୁବାର ହାଜର ହୋଇ ବୟାନ ରଖିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories