www.samajalive.in
Saturday, December 6, 2025
15.1 C
Bhubaneswar

ମହାଦୀପ ଉଠିବା ବେଳେ ଅଘଟଣ, ଲିଙ୍ଗରାଜ ମନ୍ଦିରରୁ ଖସି ପଡିଲେ ସେବାୟତ

ଡେସ୍କ: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ଘଟିଛି ଅଘଟଣ। ପ୍ରଥମେ ମନ୍ଦିର ବେଢ଼ା ପରିକ୍ରମା ପରେ ମହାଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା ଓ ତାପରେ ଘଣ୍ଟାଘଣ୍ଟା ଧ୍ୱନିରେ ସେବାୟତ ମହାଦୀପ ଧରି ମନ୍ଦିର ଉପରକୁ ଚଢିବା ଆରମ୍ଭ କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ମନ୍ଦିରର ଠିକ ପାଦଦେଶ ଉପରକୁ ଚଢିବା ବେଳେ ଭାରସାମ୍ୟ ରଖି ନ ପାରି ତଳେ ମୁହଁମାଡି ପଡିଯାଇଥିଲେ।

ସଂଗେ ସଂଗେ ସେଠାରେ ଉପସ୍ଥିତ ଅନ୍ୟ ସେବାୟତ ମାନେ ତାଙ୍କୁ ଉଠାଇ ଆଣି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ପରେ ଅନ୍ୟଜଣେ ସେବାୟତ ମହାଦୀପ ନେଇ ମନ୍ଦିର ଚୁଡାକୁ ଉଠିଥିଲେ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାପିଟାଲ ହସ୍ପିଟାଲ ଯାଇ ଆହତ ସେବାୟତଙ୍କୁ ଭେଟିଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, ସେବାୟତଙ୍କ ଚିକିତ୍ସା ଆମର ପ୍ରାଥମିକତା। ଜିଲ୍ଲାପାଳ କହିଛନ୍ତି, ଏଭଳି ଘଟଣା କାହିଁକି ଓ କେମିତି ଘଟିଲା ତାହାର ଅନୁଧ୍ୟାନ କରାଯିବ।

- Advertisement -


ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ କହିଛନ୍ତି, ଲିଙ୍ଗରାଜ ମନ୍ଦିର ଜାଗର ଯାତ୍ରା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ସେବାୟତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିଲି। ସମସ୍ତ ଆହତ ସେବାୟତଙ୍କ ଉତ୍ତମ ଚିକିତ୍ସାକୁ ପ୍ରାଥମିକତା ଦେଇ ପଦକ୍ଷେପ ନିଆଯାଉଛି। ମହାପ୍ରଭୁଙ୍କ ନିକଟରେ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories