www.samajalive.in
Monday, December 15, 2025
24.1 C
Bhubaneswar

ନକଲି ମଦ ଏବଂ ବୋତଲ ସହ ଠିପି ଜବତ

ଭବାନୀପାଟଣା : ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡ଼ାରେ ଜଣେ ବ୍ୟକ୍ତିଙ୍କ ଘରୁ ବ୍ୟାପକ ପରିମାଣରେ ବିଦେଶୀ ମଦ ବୋତଲ, ଠିପି, ବିଭିନ୍ନ ମଦର ଲେଵଲ, ଖାଲି ମଦ ବୋତଲ ଏବଂ କିଛି ମଦ ଜବତ ହେଇଛି। ଏଠାରେ ଏକପ୍ରକାର ନକଲି ମଦର ବଟଲିଂ ପ୍ଲାଣ୍ଟ ଚାଲିଥିବା ଭ୍ରମ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଜିଲା ଅବକାରୀ ବିଭାଗ ପକ୍ଷରୁ ଆଜି ଜୟପାଟଣା  ମୁଖିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଥିବା ଖୁସିରାମ ସାହୁ ଓରଫ କ୍ଷମା ସାହୁଙ୍କ ଘରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ସେହି ଘରୁ ବହୁ ପରିମାଣରେ ବିଦେଶୀ ମଦ ସମେତ ବଟଲିଂ ପାଇଁ ପ୍ରସ୍ତୁତ ବିଭିନ୍ନ ଉପକରଣ ଠାବ ହେଇଥିଲା। ସେଠାରୁ ପ୍ରାୟ ୨୫୦୦ ଖାଲି ମଦ ବୋତଲ, ୨୩୮ଟି ବିଭିନ୍ନ କିସମର ଲେବେଲ, ୨୪୦୦ ଠିପି, ୧୫୪ ଲିଟର ବିଅର ଏବଂ ୯୧ ଲିଟର ତରଳ ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତ ସେଠାରେ ଅପମିଶ୍ରିତ ମଦ ଓ ନକଲି ଲେଭେଲ୍ ପ୍ରସ୍ତୁତ କରୁଥିବା କୁହାଯାଉଛି। ଅଭିଯୁକ୍ତ ବ୍ୟକ୍ତି ୨୦୨୧ ମସିହାରେ ଅପମିଶ୍ରିତ ମଦ ବିକି ଜେଲ ଯାଇଥିବା ସୂଚନା ମିଳିଛି। ଧର୍ମଗଡ ମଣ୍ଡଳ ନିରୀକ୍ଷକ ସୁଧାଂଶୁ ମୁଣ୍ଡାଙ୍କ ନେତୃତ୍ୱରେ ଜୟପାଟଣା ଅବକାରୀ ଉପ ନିରୀକ୍ଷକ ନରେନ୍ଦ୍ର ମିଞ୍ଜ, ଧର୍ମଗଡ ପ୍ରତିମା ବେହେରା, ବଳଭଦ୍ର ପାତ୍ର ପ୍ରମୁଖ ଆଜିର ଚଢାଉରେ ସାମିଲ ହେଇଥିଲେ। ତେବେ ବର୍ଷ ବର୍ଷ ଧରି ମୁଖ୍ୟ ରାସ୍ତା କଡ଼ରେ ଜଣେ ବ୍ୟକ୍ତି ଅପମିଶ୍ରିତ ମଦ ବିକ୍ରି କରିବା ଅବକାରୀ ବିଭାଗ ଡେରିରେ ଜାଣିବା ବିଭାଗୀୟ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories