www.samajalive.in
Monday, December 15, 2025
16.1 C
Bhubaneswar

ମଣ୍ଡିରେ ଗନିବ୍ୟାଗ ହେରାଫେରି, ଧାନମଣ୍ଡି ବୁଲିଲେ ଯୋଗାଣ ଅଧିକାରୀ

ବାସୁଦେବପୁର : ସାମ୍ଭାବ୍ୟ ଅଦିନିଆ ବର୍ଷାକୁ ନେଇ ଧାନମଣ୍ଡି ବୁଲି ସ୍ଥିତି ପରଖିଛନ୍ତି ବାସୁଦେବପୁର ଯୋଗାଣ ଅଧିକାରିଣୀ ମଧୁସ୍ମିତା ସେନାପତି । ଏହି ଅବସରରେ ପଦ୍ମପୁରଠାରେ ଥିବା ଧାନମଣ୍ଡିରେ ଚାଷୀମାନଙ୍କୁ ମିଳୁଥିବା ଗନିବ୍ୟାଗ ବଣ୍ଡଲର ହେରାଫେରୀ ସଂପର୍କରେ କେତେଜଣ ଚାଷୀ ଅଭିଯୋଗ କରିଥିଲେ । ଠାକୁରସାହୀର ମନରଞ୍ଜନ ଦାଶଙ୍କୁ ପଚାଶଗୋଟି ଗନିବ୍ୟାଗ ମିଳିଥିବା ବେଳେ ସେଥିମଧ୍ୟରୁ ପନ୍ଦରଗୋଟି ଗନିବ୍ୟାଗ ଚିରାଫଟା ଥିବା କହିଥିଲେ । ସେହିପରି ପଦ୍ମପୁର ଗ୍ରାମର ଶଶାଙ୍କଶେଖର ନାୟକଙ୍କୁ ଗୋଟିଏ ବଣ୍ଡଲରେ ପଚାଶଗୋଟି ଗନିବ୍ୟାଗ ଯୋଗାଇଦେଇଥିବା ବେଳେ ସେଥିମଧ୍ୟରୁ ଷୋହଳଗୋଟି ଗନିବ୍ୟାଗ ଚିରାଫଟା ଥିବା ସହିତ ପାଞ୍ଚଗୋଟି ଗନିବ୍ୟାଗ କମ ଥିବା କହିଥିଲେ । ଚାଷୀ ଅନିଲ ନାୟକ ହାତରୁ କୋଡିଏଗୋଟି ଗନିବ୍ୟାଗ କିଣି ଧାନମଣ୍ଡକୁ ଧାନ ଆଣିଥିବା ଅଭିଯୋଗ ଆଣିଥିଲେ । ଏନେଇ ଯୋଗାଣ ଅଧିକାରିଣୀ କୁହନ୍ତି, ସମବାୟ ସମିତିର ସଂପାଦକ ମିଲରଙ୍କ ଠାରୁ ଗନିବ୍ୟାଗ ନେଇ ଚାଷୀଙ୍କୁ ଦେବା କଥା,  ଗଣତିରେ କମୁଥିବା ସଂପର୍କରେ ସଂପୃକ୍ତ ମିଲରମାନଙ୍କୁ ଅବଗତ କରାଯିବ । ଏମିତିବି ସମ୍ବଲପୁର ମିଲର ଗନିବ୍ୟାଗ ଯୋଗାଇ ପାରୁନଥିବା କାରଣରୁ ଜରିଅଖାରେ ଧାନମଣ୍ଡିକୁ ଧାନ ଆଣୁଥିବା ଦେଖିବାକୁ ମିଳିଛି ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories