www.samajalive.in
Monday, December 15, 2025
16.1 C
Bhubaneswar

କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ଗିରଫ ୫ ଜଣଙ୍କୁ ମିଳିଲା ଜାମିନ

ଭୁବନେଶ୍ବର : ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ କିଟ ବିଶ୍ୱବିଦ୍ୟାଳୟର ୩ ନିର୍ଦ୍ଦେଶକ ଓ ୨ ସୁରକ୍ଷାକର୍ମୀଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ଜେଏମଏଫସି-୨ ଜାମିନ ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଓ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ଗିରଫ କରିଥିଲା ଇନ୍ଫୋସିଟି ପୁଲିସ । ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି ।

ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିକରି ଉକ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷାରତ ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଠାନର ମୁଖ୍ୟ ଅଧିକାରୀଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଖୁବ ଶୀଘ୍ର ହଷ୍ଟେଲ ତଥା ଶିକ୍ଷାନୁଷ୍ଠାନ ପରିସର ଖାଲି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଗତ କାଲି ଛାତ୍ରଛାତ୍ରୀ ମାନେ ହଷ୍ଟେଲ ତଥା ଶିକ୍ଷାନୁଷ୍ଠାନ ପରିସର ଖାଲି କରୁଥିବା ବେଳେ, ଅଭିଯୁକ୍ତ ମାନେ ହଠାତ ସେଠାରେ ପହଞ୍ଚି ଯଥାଶୀଘ୍ର ସେଠାରୁ ଚାଲିଯିବା ଲାଗି କହିଥିଲେ। ଛାତ୍ରଛାତ୍ରୀମାନେ ହଷ୍ଟେଲ ଖାଲି କରିବାରେ ଟିକେ ବିଳମ୍ବ ହେବା ଦେଖି ଅଭିଯୁକ୍ତ ମାନେ ହଠାତ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଓ ମାରପିଟ କରିଥିଲେ। ଫଳରେ ଛାତ୍ରଛାତ୍ରୀ ମାନେ ତୁରନ୍ତ ସେ ସ୍ଥାନ ଛାଡି ପଳାଇ ଯାଇଥିଲେ। ଇନଫୋସିଟି ଥାନା ପୁଲିସ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories