www.samajalive.in
Sunday, December 14, 2025
19.1 C
Bhubaneswar

ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

ସିମୁଳିଆ : ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ କରି ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏ ନେଇ ସିମୁଳିଆ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ।ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରି ଗ୍ରାମରେ ଗତ ୧୫ ତାରିଖ  ରାତିରେ  ଅଙ୍ଗନବାଡ଼ି କର୍ମୀ ସୁକାନ୍ତି ସାହୁଙ୍କୁ ଦୁର୍ବୁତ୍ତ ମାନେ ଭୁଜାଲି ଓ ରଡ଼ରେ ଆକ୍ରମଣ କରି ଲୁଟ କରିଥିଲେ। ସୁକାନ୍ତିଙ୍କ ବାପା ଅକ୍ରୁର ସାହୁ  ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ସିମୁଳିଆ ପୋଲିସ କେସ ନମ୍ବର ୬୩/୨୫ମୂଳେ ମୋକଦମା ରୁଜୁ କରାଯାଇଥିଲା। ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଏହାକୁ ଗୁରୁତ୍ୱର ନେଇ ଦୁଇଟି ଟିମ ଗଠନ କରିଥିଲେ। ବାସୁଦେବପୁର ଥାନା ଓ ସିମୁଳିଆ ଥାନାକୁ ନେଇ ଯୁଗ୍ମ ଟିମ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାନଭିନ କରି ଦୁଇ ଜଣ ଯୁବକକୁ ଗିରଫ କରିବାରେ ସଫଳ ହୋଇଥିଲେ।

ପୁଲିସ ସନ୍ଦେହରେ ୯ ଜଣଙ୍କୁ ଅଟକ ରଖି ତଦନ୍ତ କରିଥିଲା। ବାଲେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ଇନିସ୍ପେକ୍ଟର ନରେନ୍ଦ୍ର କୁମାର ପାଲଙ୍କ ନେତୃତ୍ୱରେ ସିମୁଳିଆ ଥାନା ଅଧିକାରିଣୀ ସ୍ଵର୍ଣ୍ଣଲତା ମିଞ୍ଜ, ବାସୁଦେବପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ, ସବ ଇନିସ୍ପେକ୍ଟର ଦିଲୀପ କୁମାର ସାମଲ, ବିଶ୍ୱଜିତ ସେଠୀ, ସୁଜୟ ଚକ୍ରବର୍ତ୍ତୀ, ଧନେଶ୍ୱର କିସ୍କୁ ପ୍ରମୁଖ ତଦନ୍ତ କରି ଆସାମୀକୁ ଧରିବାରେ ସଫଳ ହୋଇଥିଲେ। ଅଙ୍ଗନବାଡି କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଭଦ୍ରକ ଜିଲ୍ଲା ବିଦେଇପୁର କସିଆ ଗ୍ରାମର ଜିତୁ ଓରଫ ସତ୍ୟବ୍ରତ ମଲ୍ଲିକ ୨୦(ବର୍ଷ) ଓ ରାଜା ଓରଫ ସନ୍ଦୀପ ମଲ୍ଲିକ ୨୦(ବର୍ଷ)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ସିମୁଳିଆ ଥାନାର ବିଭିନ୍ନ ଅଞ୍ଚଳରେ ମନ୍ଦିର ଲୁଟ ଘଟଣାରେ ୪ଜଣ ଯୁବକକୁ ଗିରଫ କରାଯାଇଛି।  ଅଭିଯୁକ୍ତ ମାନେ ସିମୁଳିଆ ଅଂଚଳ ହୋଇଥିବା ବେଳେ  ଖନ୍ତାପଡାର ଗୋଟିଏ କେସ, ଗୋପାଳପୁର ୨ଟି, ସିମୁଳିଆ ୧ ଓ ସୋରର ୬ଟି କେସରେ ବିଭିନ୍ନ ସ୍ଥାନରେ ଲୁଟର ସଂପୃକ୍ତ ଥିବା ନେଇ ଆଜି ସିମୁଳିଆ ଥାନା ପରିସରରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

- Advertisement -

ସୂଚନାରୁ ପ୍ରକାଶ ସିମୁଳିଆ ଥାନାରେ ୨୫ରୁ ଉର୍ଦ୍ଧ୍ବ ଛୋଟ ବଡ଼ ମନ୍ଦିରରୁ ଲୁଟ ହୋଇଥିବା ବେଳେ ସିମୁଳିଆ ପୁଲିସ କେବଳ ଗୋଟିଏ ମନ୍ଦିର ଚୋରି ଘଟଣା ଧରିଥିବା ବେଳେ ଅନ୍ୟ ଗୁଡିକ କେବେ ଧରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ସମ୍ମିଳନୀରେ  ବାଲେଶ୍ୱର ଏସପି ରାଜ ପ୍ରସାଦ, ଭଦ୍ରକ ଏସପି ମଦକର ସନ୍ଦୀପ ସମ୍ପତ,ସମେତ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ବେହେରା,ସିମୁଳିଆ ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜଙ୍କ ସମେତ ସିମୁଳିଆ ଥାନାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।  ଉକ୍ତ ଲୁଟେରାଙ୍କ ନିକଟରୁ ୪ ହଜାରରୁ ଉର୍ଦ୍ଧ ଟଙ୍କା, ଲୁହା ରଡ଼, ଏକ ଛୁରୀ, ୪ଟି ରୁପା ମୁକୁଟ, ଦୁଇଟି କଂସା ଗଗରା ଜବତ କରିଛନ୍ତି | ମରଣାତ୍ମକ ଆକ୍ରମଣର ଶିକାର ହୋଇଥିବା ଅଙ୍ଗନବାଡି କର୍ମୀଙ୍କର ଅପରାହ୍ନ ମୃତ୍ୟୁ ହୋଇଯାଇଛି। ଏଭଳି ଦୁଃଖଦ ଘଟଣା,ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories