www.samajalive.in
Monday, December 15, 2025
24.1 C
Bhubaneswar

ଚିନାବାଦାମ ଚାଷୀଙ୍କ ପ୍ରଶିକ୍ଷଣ ଶିବିର

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମପଞ୍ଚାୟତର ବାଲିପାଟଣା ଗ୍ରାମରେ ଖରାଟିଆ ଚିନାବାଦାମ ଚାଷ ଓ ରୋଗପୋକ ନିୟନ୍ତ୍ରଣ ଉପରେ ଏକ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଇଫ୍‍କୋ ଏବଂ ଓଏଫ୍‍ଏସ୍‍ଆଇଏଫ୍‍ଏସର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବନମାଳିପୁର, ଦକ୍ଷିଣସାହି, ବାଲିପାଟଣା, ପାଇକେନାସାହି ଓ ବାଲିପୋଖରୀ ସାହିର ପ୍ରାୟ ୫୦ଜଣ ଚିନାବାଦାମ ଚାଷୀ ଯୋଗ ଦେଇଥିଲେ । ପ୍ରାକ୍ତନ ଉପକୃଷି ନିର୍ଦ୍ଦେଶକ ତଥା ବରିଷ୍ଠ କୀଟତତ୍ତ୍ୱବିତ୍‍ ଡ଼ଃ ବିଜୟାନନ୍ଦ ମହାନ୍ତି ଅତିଥି ଭାବେ ଯୋଗ ଦେଇ ପାରମ୍ପରିକ ଚିନାବାଦାମ ଚାଷ ପଦ୍ଧତି ଓ ଉନ୍ନତମାନର ଚାଷ ପଦ୍ଧତି ସଂପର୍କରେ ଆଲୋକପାତ କରିଥିଲେ । ସେ କ୍ଷେତ୍ର ପରିଦର୍ଶନ କରିବା ଅବସରରେ ଫୁଲଘରା ପୋକ ଦମନର ବିଭିନ୍ନ ଉପାୟ ସଂପର୍କରେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଚିନାବାଦାମ ଚାଷରେ ମୂଳସଢା ରୋଗର ନିରାକରଣ ପାଇଁ ସଫଳ ଉପାୟ ବିତାଇଥିଲେ। ଇଫ୍‍କୋ ସଂସ୍ଥାର କ୍ଷେତ୍ର ଅଧିକାରୀ ସୌମ୍ୟକାନ୍ତ ହାତୀ ଯୋଗଦେଇ ନାନୋ ୟୁରିଆ, ନାନୋ ଡିଏପି ଓ ସାଗରିକା ପ୍ରୟୋଗ କରି ମାଟି ଓ ବାୟୁର କ୍ଷତି ନଘଟାଇ ଉନ୍ନତମାନର ଚାଷ ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ନୀଳମାଧବ ନନ୍ଦ ଓ କାଳନ୍ଦି ଚରଣ ସିଂହ ପରିଚାଳନା କରିଥିଲେ।

୧୮ ବର୍ଷ ପରେ.. ରାହୁ-କେତୁ ଚଳନ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ହଠାତ୍‌ ମିଳିବ ଧନ,ସଫଳତା..

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories