www.samajalive.in
Monday, December 15, 2025
24.1 C
Bhubaneswar

ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କଲେ ୧ କୋଟି ୨୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ଡେସ୍କ: ପ୍ରୟାଗରାଜର ମହାକୁମ୍ଭର ତ୍ରିବେଣୀ ସଙ୍ଗମରେ ଗତକାଲି ୧ କୋଟି ୨୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଛନ୍ତି। ପ୍ରତିଦିନ ଏହି ଭବ୍ୟ ଉତ୍ସବରେ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦେଉଛନ୍ତି। ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୫୧ କୋଟି ୩୧ ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମରେ ଏହି ପବିତ୍ର ସ୍ନାନ କରିଛନ୍ତି, ଯେଉଁଥିରେ ଅନେକ ବିଶିଷ୍ଟ ବ୍ୟକ୍ତି ଅଛନ୍ତି।

ମହାକୁମ୍ଭକୁ ସାଧୁସନ୍ଥ, ଶ୍ରଦ୍ଧାଳୁ ଓ ସବୁ ବର୍ଗର ପର୍ଯ୍ୟଟକ ଆସୁଛନ୍ତି। ଏହି କ୍ରମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ତାଙ୍କ କ୍ୟାବିନେଟ ମନ୍ତ୍ରୀ ଏବଂ ଅନ୍ୟ ବିଧାୟକଙ୍କ ସହ ପବିତ୍ର ସ୍ନାନ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶ୍ରୀ ସାୱନ୍ତ କହିଛନ୍ତି ଯେ ଗୋଆ ସରକାର ପ୍ରୟାଗରାଜକୁ ଆସି ମହାକୁମ୍ଭରେ ଯୋଗଦେବା ପାଇଁ ରାଜ୍ୟର ଲୋକଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି।

- Advertisement -

ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ। ଶ୍ରୀ ବିର୍ଲା କହିଛନ୍ତି ଯେ ମହାକୁମ୍ଭ ଭାରତର ଆଧ୍ୟାତ୍ମିକତା, ବିଶ୍ୱାସ ଏବଂ ସଂସ୍କୃତିର ସମାବେଶ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ସ୍ନାନ ସମୟରେ ସମସ୍ତ ଭାରତୀୟଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ।

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ହରଦୀପ ସିଂହ ପୁରୀ, ଅନ୍ନପୂର୍ଣ୍ଣା ଦେବୀ ଓ ଚିରାଗ ପାସୱାନ ମଧ୍ୟ ସଙ୍ଗମରେ ସ୍ନାନ କରି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଶ୍ରୀ ଗୋୟଲ କହିଥିଲେ ଯେ ମହାକୁମ୍ଭ ପରିଦର୍ଶନ କରିବା ବାସ୍ତବରେ ଏକ ଭାବପ୍ରବଣ ମୁହୂର୍ତ୍ତ ଏବଂ ଆଶୀର୍ବାଦ। ଏହା ଭାରତର ସାମୂହିକ ଭାବନାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି। ଏହି ବୃହତ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଶ୍ରୀ ପୁରୀ ଉତ୍ତରପ୍ରଦେଶ ସରକାରଙ୍କୁ ଶ୍ରେୟ ଦେବା ସହ ଡବଲ ଇଞ୍ଜିନ ବିଶିଷ୍ଟ ସରକାର ଯୋଗୁଁ ଏତେ ବଡ଼ ଧରଣର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।

ଏହି ମହାକୁମ୍ଭରେ ଅନ୍ୟମାନଙ୍କ ମଧ୍ୟରେ ଏନସିପି ନେତା ତଥା ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲ ଏବଂ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଳା ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories