www.samajalive.in
Monday, December 15, 2025
16.1 C
Bhubaneswar

ନବ ଦାସଙ୍କ ରୋଷେୟା ମୃତ୍ୟୁର ପୁନଃତଦନ୍ତ, ମନିଟର କରିବେ ଆଇଜି ଏବଂ ଏସପି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ପୁନଃତଦନ୍ତ ପାଇଁ ଉତ୍ତରାଞ୍ଚଳ ଆଇଜିଙ୍କୁ ଡିଜିପି ନିର୍ଦେଶ ଦେଇଥିଲେ। ନିର୍ଦେଶ ପାଇବା ପରେ ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ପୁନଃତଦନ୍ତ ଆରମ୍ଭ ହୋଇଥିଲା ଏବଂ ତଦନ୍ତରେ ତ୍ରୁଟି ରହିଛି ବୋଲି ଉତ୍ତରାଞ୍ଚଳ ଆଇଜି ଜାଣିପାରିଥିଲେ।

ତେଣୁ ଏସପିଙ୍କୁ ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ପୁନଃତଦନ୍ତ ପାଇଁ ଉତ୍ତରାଞ୍ଚଳ ଆଇଜି ନିର୍ଦେଶ ଦେଇଥିଲେ। ଇନଭେଷ୍ଟିଗେଟିଂ ଅଫିସର(ଆଇଓ) ପରିବର୍ତ୍ତନ କରି ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ ହୋଇଛି ବୋଲି ଏସପି ସୂଚନା ଦେଇଛନ୍ତି। ଇନ୍ସପେକ୍ଟର ରାଙ୍କର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଉଥିବାବେଳେ ଆଇଜି ଏବଂ ଏସପି ଏହି ତଦନ୍ତ ପ୍ରକ୍ରିୟାର ମନିଟର କରିବେ ବୋଲି ଏସପି ପ୍ରକାଶ କରିଛନ୍ତି।

- Advertisement -

ଲଳିତଙ୍କ ବାପା ପୁଅର ସନ୍ଦେହଜନକ ମୃତ୍ୟୁର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଡିଜିପିଙ୍କୁ ଚିଠି ଲେଖିଥିଲେ।ଏହାସହିତ ପୁଅ ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ପୁନଃତଦନ୍ତ ପାଇଁ ଡିଜିପିଙ୍କ ନିକଟରେ ଦାବି କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ ୨୦୨୨ରେ ଲଳିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories