www.samajalive.in
Sunday, December 14, 2025
26.1 C
Bhubaneswar

ସମସ୍ତ ନିଲମ୍ବନ ଓ ବହିଷ୍କାର ଆଦେଶ ରଦ୍ଦ କଲେ ରାଜ୍ୟ କଂଗ୍ରେସ ସଭାପତି

ଡେସ୍କ: ଓଡ଼ିଶାରେ କଂଗ୍ରେସର ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନଥିବା ବେଳେ ଶୁକ୍ରବାର ନୂଆ ମୁଖିଆ ବଡ ପଦକ୍ଷେପ ନେଇଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି କଂଗ୍ରେସର ସମସ୍ତ ନିଲମ୍ବିତ ଓ ବହିସ୍କୃତ ସଦସ୍ୟଙ୍କ ଉପରୁ କଟକଣା ହଟାଇ ଦେଇଛନ୍ତି। ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଶ୍ରୀ ଦାସ କହିଛନ୍ତି ଯେ, ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ କିମ୍ବା ବହିଷ୍କୃତ କରାଯାଇଥିଲା, ତାହାକୁ ପ୍ରତ୍ୟାହାର କରି ଦିଆଗଲା। ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଦଳ ଛାଡି ଚାଲି ଯାଇଛନ୍ତି, ସେମାନେ ପୁନର୍ବାର କଂଗ୍ରେସ ଦଳକୁ ଫେରି ଆସିବାକୁ ଆମେ ନିବେଦନ କରୁଛୁ।

ନୂଆ ସଭାପତି ଭାବେ ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଦାସ କହିଥିଲେ ଯେ ସେ ଦଳର ପୁନର୍ଗଠନ କରିବେ। ତେଣୁ ସେ ସମସ୍ତଙ୍କୁ ଫେରାଇ ଆଣିବାକୁ ପ୍ରଥମ ଚେଷ୍ଟା ଆରମ୍ଭ କରିଛନ୍ତି। ଜଣେ ପ୍ରକୃତ ମୁଖିଆ ଭାବେ ସେ ଦଳକୁ ମଜବୁତ କରିବା ପାଇଁ ସମସ୍ତଙ୍କୁ ଆପଣାଇବାକୁ ଉଦ୍ୟମ କରିବା ନିଷ୍ପତ୍ତିକୁ ଅନେକ ସ୍ୱାଗତ କରିଛନ୍ତି। ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ ଭାବେ ପରିଚିତ କଂଗ୍ରେସ ଗତ କିଛି ବର୍ଷ ହେବ ନିର୍ବାଚନରେ ଖରାପ ପ୍ରଦର୍ଶନ କରିବା ସହ କ୍ଷମତାରୁ ଦୁରେଇ ରହିଛି।

- Advertisement -

ତେବେ ୨୦୨୪ ନିର୍ବାଚନରେ ଜାତୀୟ ସ୍ଥରରେ ଦଳ ଭଲ ପ୍ରଦର୍ଶନ କରିଥିବାରୁ ପୁଣି କଂଗ୍ରେସକୁ ମଜବୁତ କରିବା ଓ ସମସ୍ତ ପୁରୁଖା ସଦସ୍ୟଙ୍କୁ ଫେରାଇ ଆଣିବା ଉଦ୍ୟମକୁ ରାଜନୈତିକ ବିଶ୍ଳେଷକ ମାନେ ପ୍ରଶଂସା କରିଛନ୍ତି। ପ୍ରକାଶିତ ଦଳୀୟ ବିଜ୍ଞପ୍ତିରେ, ଶ୍ରୀ ଦାସ ନୂଆ ସଭ୍ୟ ସଂଗ୍ରହ ନିମନ୍ତେ ଲେଖିଛନ୍ତି, ଯେଉଁମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories