ଅନାସ୍ଥା ହାରିଲେ ପାଟଣା ବ୍ଲକ ଅଧ୍ୟକ୍ଷା

କେନ୍ଦୁଝର: କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାୟକ ଅନାସ୍ଥା ପ୍ରସ୍ତାବ ଭୋଟରେ ହାରିଯାଇଥିବା ସୂଚନା ମିଳିଛି। ଆଜି ଅନୁଷ୍ଠିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟରେ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାୟକଙ୍କ ବିପକ୍ଷରେ ୩୩ଖଣ୍ଡ ଭୋଟ ପଡ଼ିଥିବାବେଳେ ସପକ୍ଷରେ ଖଣ୍ଡିଏ ଭୋଟ ପଡ଼ିଛି। ଫଳରେ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାୟକ ଅନାସ୍ଥା ପ୍ରସ୍ତାବ ଭୋଟରେ ହାରିଯାଇଥିବା ଘୋଷଣା କରାଯାଇଛି।
Comments are closed.