www.samajalive.in
Thursday, December 11, 2025
14.1 C
Bhubaneswar

ରୋଜଗାର ମେଳା ଓ ପରାମର୍ଶ ଶିବିର ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର: ସମ୍ବଲପୁରରେ ଆୟୋଜିତ ହେବାକୁ ଥିବା ରୋଜଗାର ମେଳା ଓ ପରାମର୍ଶ ଶିବିର ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏସଏସଏ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଶୁକ୍ରବାର ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଉପ ଜିଲାପାଳ ପୁଷ୍ପାଞ୍ଜଳି ପଣ୍ଡା, କୌଶଳ ଉନ୍ନୟନ ଓ ନିଯୁକ୍ତି ଅଧିକାରୀ ଶଙ୍କର ଚରଣ ମୁର୍ମୁ ଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ବୈଠକରେ ଷ୍ଟଲର ବ୍ୟବସ୍ଥା, ସୁରକ୍ଷା, ଅଗ୍ନିଶମ, ଅନବରତ ବିଦ୍ୟୁତ ସେବା, ଆଶ୍ରୟସ୍ଥଳି ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଆସନ୍ତା ୨୫ ମାର୍ଚ୍ଚରେ ସମ୍ବଲପୁର ଠାରେ ଏକ ବଡ ରୋଜଗାର ମେଳା ଓ ପରାମର୍ଶ ଶିବିର ଆୟୋଜିତ ହେବ। ମେଳାର ସଫଳ ରୂପାୟନ ନିମନ୍ତେ ସ୍ଥାନୀୟ ଉଦ୍ୟୋଗ ଓ ଫ୍ୟାକ୍ଟ୍ରି ଗୁଡିକୁ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଏହା ଦ୍ୱାରା ଯୁବକ ଯୁବତୀ ମାନଙ୍କ ପାଇଁ ଅନେକ ନୂତନ ନିଯୁକ୍ତି ପ୍ରଦାନର ସୁଯୋଗ ସହିତ ମେଳାର ସଠିକ ପରିଚାଳନା ଓ ପ୍ରତ୍ୟେକ କାର୍ଯ୍ୟକୁ ଶୃଙ୍ଖଳାବଦ୍ଧ ଭାବରେ ନିୟନ୍ତ୍ରିତ କରିବା ପାଇଁ ଜିଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories