ଚିତାବାଘ ଛୁଆ ସହ ବିମାନବନ୍ଦରରୁ ଯାତ୍ରୀ ଗିରଫ

0

ଚେନ୍ନଇ : ଜଣେ ଯାତ୍ରୀ ନିଜ ବ୍ୟାଗ୍‌ରେ ଚିତାବାଘ ଛୁଆ ନେଇ ଯାଉଥିବାବେଳେ ଚେନ୍ନଇ ବିମାନବନ୍ଦରରେ ଗିରଫ ହୋଇଛନ୍ତି। ଶନିବାର ସକାଳେ ସୁରକ୍ଷାକର୍ମୀ ତାଙ୍କ ବ୍ୟାଗ୍‌ ତନଖି ସମୟରେ ଏଥିରୁ ବିଚିତ୍ର ଶବ୍ଦ ଶୁଣିଥିଲେ। ବ୍ୟାଗ୍‌କୁ ଖୋଲିବା ପରେ ସେଥିରୁ ଚିତାବାଘ ଛୁଆ ବାହାରିଥିଲା। କାଜା ମୋଇଦିନ(୪୫) ନାମକ ସମ୍ପୃକ୍ତ ଯାତ୍ରୀ ଥାଇଲାଣ୍ଡରୁ ଫେରୁଥିଲେ। ଚିତାବାଘ ଛୁଆ ସହିତ ସମ୍ପୃକ୍ତ ଯାତ୍ରୀଙ୍କୁ ତାମିଲନାଡ଼ୁ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କ ନାମରେ ବେଆଇନ ଚିତାବାଘ ଛୁଆ ଚାଲାଣ ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଛି।

Leave A Reply