www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରାକୃତିକ ପରିବେଶ ସହ ସାସ୍କୃତିକ ଭାବଧାରା ଅଟେ ଏହି ସ୍ଥାନ

ବରଗଡ଼ ଜିଲାର ସୀମାନ୍ତବର୍ତ୍ତୀ ଏକ ପ୍ରସିଦ୍ଧ ସ୍ଥାନ ରହିଛି। ପର୍ଯ୍ୟଟନ ମାନଚିତ୍ରରେ ଏହାର ନାମ ଦେବଦର୍ହା। ସୁନ୍ଦର ପାହାଚଶ୍ରେଣୀ ଉପରେ ଧଳା ରଙ୍ଗର ଏକ ପୁରୁଣା ମନ୍ଦିର ଏଠାରେ ରହିଛି। ମନ୍ଦିରଟି ହେଉଛି ଦେବ ଦେବ ମହାଦେବ ବାବା ଧବଳେଶ୍ୱରଙ୍କ ମନ୍ଦିର। ପ୍ରାକୃତିକ ପରିବେଶ ସହ ସାସ୍କୃତିକ ଭାବଧାରା ଏହା ଏକ ଜ୍ୱଳନ୍ତ ଉଦାହରଣ ଅଟେ। ରାଜବୋଡ଼ାସମ୍ବରର ଜମିଦାର ରାଜେନ୍ଦ୍ର ସିଂହ ଏହି ମନ୍ଦିରଟିକୁ ନିର୍ମାଣ କରିଥିଲେ।
ଧବଳେଶ୍ୱରଙ୍କ ମନ୍ଦିର ନିକଟରେ ଭୈରବ ମନ୍ଦିର ଶୋଭା ପାଉଛି। ମନ୍ଦିର ନିକଟରୁ ସୁରଙ୍ଗୀ ନଈର ଶାନ୍ତ ଶୀତଳ ରୂପକୁ ଅନୁଭବ କଲେ ମନ ବିମୋହିତ ହୋଇଯାଏ। ସୁରଙ୍ଗୀର ନଦୀର ଭୈରବ ରୂପକୁ ଦେଖିବାକୁ ହେଲେ ଆଉ ଏକ କିଲୋମିଟର ରାସ୍ତା ଯିବାକୁ ପଡ଼େ। ପାହାଡ଼ିଆ ରାସ୍ତାରେ ସୁରଙ୍ଗୀର ସୌନ୍ଦର୍ଯ୍ୟ ସତେ ଯେପରି ପ୍ରକୃତିରାଣୀ ଗୋଟିଏ ସୁଡ଼ଙ୍ଗ ଭିତରେ ସଜେଇ ହୋଇରହିଛି। ପଥୁରିଆ ରାସ୍ତା, ଶାନ୍ତ ପରିବେଶ, ଦୂରରୁ ଜଳ ପ୍ରପାତର ଶବ୍ଦ ମନରେ ରୋମାଞ୍ଚ ସୃଷ୍ଟି କରିଥାଏ।
ଛତିଶଗଡ଼ର ଶଲଣ୍ଡି ନିକଟରୁ ଏହି ନଈଟି ବାହାରି ପଥରସଜ୍ଜାରେ ଯାଇ ଏଇଠାରୁ ମାତ୍ର ଅଳ୍ପ ଦୂରରେ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଛି। ଦୁଇ ରାଜ୍ୟର ପାହାଡ଼ିଆ ପାପୁଲିରେ ଏହି ନଦୀ ବହିଯାଇ ପୂଜାରୀପାଲୀରେ ଅଙ୍ଗ ନଦୀ ସହ ମିଶିଛି।
ଏଠାକାର ଜଳପ୍ରପାତର ସୌନ୍ଦର୍ଯ୍ୟ ସଂପୂର୍ଣ୍ଣ ଭିନ୍ନ ଅଟେ। ଥାକ ଥାକ ପଥୁରିଆ ପାହାଡରୁ ବୋହିଥିବା ଝରଣା ସତେ ଯେମିତି ପର୍ଯ୍ୟଟକଙ୍କ ମଧ୍ୟରେ ଏକ ଅଦ୍ଭୁତ ଆକର୍ଷଣ ସୃଷ୍ଟି କରେ।
ନଈର ଦୁଇ ପାଖରେ ଥିବା ବଡ଼ ବଡ଼ ପଥର ଖଣ୍ଡକୁ ଦେଖିଲେ ଗୋଟେ ଗୁମ୍ଫାର କାନ୍ଥ ଭଳି ଲାଗେ। ଏକାନ୍ତରରେ ପ୍ରକୃତି କୋଳରେ ସମୟ ବିତାଇବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଧାଇଁ ଆସନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories