www.samajalive.in
Friday, December 5, 2025
17.1 C
Bhubaneswar

ଗିରଫ ହେବେନି ରବାର୍ଟ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସ ମହାଚିବ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବାର୍ଟ ଭଦ୍ରାଙ୍କୁ ୧୬ଫେବୃୟାରୀ ପର୍ଯ୍ୟନ୍ତ ଜାମିନ ଦେଇଛି ପଟିଆଲା କୋର୍ଟ। ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ରବାର୍ଟଙ୍କ ସମ୍ପତ୍ତି କିଣାବିକାକୁ ନେଇ ହୋଇଥିବା ମାମଲାରେ ତାଙ୍କୁ ଜାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ମାମଲାରେ ଗିରଫ ନହେବାକୁ ରବାର୍ଟ ଭଦ୍ରା କୋର୍ଟର ଆଶ୍ରୟ ନେଇଥିଲେ। ବେଆଇନ ଟଙ୍କା ନେଣଦେଣ ମାମଲାର ଶୁଣାଣି କରି ପଟିଆଲା କୋର୍ଟ ରବାର୍ଟ ଭଦ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ରବାର୍ଟଙ୍କ ପକ୍ଷରୁ ତାଙ୍କ ଓକିଲ ଜାଞ୍ଚରେ ସମ୍ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ପରେ କୋର୍ଟ ପକ୍ଷରୁ ଏହି ଜାମିନ ପ୍ରଦାନ କରାଯାଇଛି। ଜାଞ୍ଚ ପାଇଁ ୬ଫେବୃୟାରୀରେ ରବାର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ। ଲଣ୍ଡନର ବ୍ରାୟନଷ୍ଟନ ସ୍କୋୟାରଠାରେ ଥିବା ଏକ ସମ୍ପତ୍ତି କ୍ରୟ କରିବା ପାଇଁ ରବାର୍ଟ ବେଆଇନ ଭାବେ ପୁଞ୍ଜି ବିନିଯୋଗ କରିଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ସମ୍ପତ୍ତି ୧୯ଲକ୍ଷ ପାଉଣ୍ଡରେ ରବାର୍ଟ କ୍ରୟ କରିଥିଲେ। ଏବେ ଉକ୍ତ ସମ୍ପତ୍ତିର ମାଲିକାନା ମଧ୍ୟ ରବାର୍ଟଙ୍କ ପାଖରେ ରହିଛି। ଏହା ପୂର୍ବରୁ ମଧ୍ୟ ରବାର୍ଟଙ୍କ ସହଯୋଗୀ ମନୋଜ ଆରୋରାଙ୍କୁ କୋର୍ଟ ୬ଫେବୃୟାରୀ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରାଯାଇ ଥିଲା। ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୯ଜାନୁୟାରୀରେ କୋର୍ଟରେ ମନୋଜ ଆରୋରା ଜାଞ୍ଚରେ ସହଯୋଗ କରିବାର ପ୍ରତିଶ୍ରୁତି ପରେ ଏହି ଜାମିନ ପ୍ରଦାନ କରାଯାଇ ଥିଲା। ଏହି ମାମଲାରେ ମନୋଜ ରାଜନୈତିକ ଆକ୍ରୋଶର ଶିକାର ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ। ତେବେ ପ୍ରବର୍ତ୍ତନ ନିର୍ଦେଶାଳୟ ଏଭଳି ଅଭିଯୋଗକୁ ଖଣ୍ଡନ କରି ଥିଲେ। ଫେରାର ଥିବା ମାରଣାସ୍ତ୍ର ଯନ୍ତ୍ରାଂଶ ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କ ବିରୋଧରେ ଆୟକର ପକ୍ଷରୁ କଳାଧନ ଠୁଳ ମାମଲାର ତଦନ୍ତ କରୁଛି। ଏହି ମାମଲାରେ ମନୋଜ ଆରୋରାଙ୍କ ନାମ ସାମ୍ନାକୁ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ମନୋଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଭଣ୍ଡାରୀଙ୍କ ନାମରେ ଥିବା ସମ୍ପତ୍ତିର ପ୍ରକୃତ ମାଲିକ ରବାର୍ଟ ବୋଲି ଇଡି କୋର୍ଟରେ ଅଭିଯୋଗ କରିବା ସହ ତେଣୁ ଭଣ୍ଡାରୀଙ୍କ ସମ୍ପତ୍ତିରେ ରବାର୍ଟ ଟଙ୍କା ବିନିଯୋଗ କରୁଥିଲେ ବୋଲି ଯୁକ୍ତି ଦର୍ଶାଯାଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories