www.samajalive.in
Monday, December 15, 2025
24.1 C
Bhubaneswar

ପଞ୍ଚାୟତସ୍ତରୀୟ ବାଲ୍ୟବିବାହ ସଚେତନତା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହରେ ଆଇସିଡିଏସ ପକ୍ଷରୁ ପଞ୍ଚାୟତ ସ୍ତରୀୟ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଆଇସିଡିଏସ କାର୍ଯ୍ୟାଳୟର ସୁପଭାଇଜର ଜ୍ୟୋତ୍ସ୍ନା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗୌତମ ବାର୍ଲି ଯୋଗ ଦେଇଥିଲେ। ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ନାଗେଶ୍ୱର ରାଓ, ପ୍ରଶାନ୍ତ କୌଶଲ୍ୟା, ଗୁଡୁଲ୍ଲା ପ୍ରସାଦ ରାଓ ପ୍ରମୁଖ ମଞ୍ଚାସିନ ରହିଥିଲେ। ୧୮ବର୍ଷ କମ୍ ବୟସର ବାଳିକା ଓ ୨୧ବର୍ଷ ବୟସରୁ କମ୍ ପୁଅଙ୍କୁ ବିବାହ କରିବା ଆଇନ ଅନୁଯାୟୀ ଅପରାଧ। ଝିଅକୁ ୧୮ରୁ ଉର୍ଦ୍ଧ୍ବ ଓ ପୁଅକୁ ୨୧ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ଶୁଭ କାମନା କରିପାରିବ ବୋଲି ବୁଝାଇଥିଲେ। ଯଦି କୌଣସି ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବା ନଜରକୁ ଆସେ ତାହା ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ, ଆଇସିଡିଏସ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ନିକଟସ୍ଥ ଅଙ୍ଗନବାଡି କର୍ମୀ, ସୁପ୍ରଭାଇଜର ମାନଙ୍କୁ ଜଣାଇବ। ସମସ୍ତ ଶିଶୁ ପାଠ ପଢା କରିବେ, ଶିଶୁ ଶ୍ରମିକ ଭାବେ କାର୍ଯ୍ୟ ନ କରିବାକୁ ବୁଝାଇଥିଲେ। ଏଥିରେ ଅଙ୍ଗନବାଡି କର୍ମୀ, ବିଦ୍ୟାଳୟର ଛାତ୍ରୀ, କିଶୋରୀ ବାଳିକା କିଛି ଗ୍ରାମବାସୀ ଉପସ୍ଥିତ ରହିଥିଲେ। ସମସ୍ତଙ୍କୁ ନେଇ ଶପଥ ପାଠ କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories