www.samajalive.in
Sunday, December 7, 2025
26.1 C
Bhubaneswar

କୁଖ୍ୟାତ ଡନ୍‌ ରବି ପୁଜାରୀ ସେନେଗାଲରେ ଗିରଫ

ସେନେଗାଲ : ଏକଦା ଅଣ୍ଡରୱାର୍ଲଡ ଡନ୍‌ ଛୋଟା ରାଜନ୍‌ର ଘନିଷ୍ଠ ଥିବା କୁଖ୍ୟାତ ଅପରାଧୀ ରବି ପୁଜାରୀକୁ ପୁଲିସ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ସେନେଗାଲରୁ ଗିରଫ କରିଛି। ବସ୍ତେବରେ ତାକୁ ଗତ ୨୨ତାରିଖରେ ଗିରଫ କରାଯାଇଥିଲେ ମଧ୍ୟ ଅଦାଲତରେ ହାଜର କରାଯିବା ପରେ ଏ ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ରବିର ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଅନୁମତି ମିଳିଲେ ମାସକ ମଧ୍ୟରେ ରବି ଭାରତ ପ୍ରତ୍ୟର୍ପିତ ହେବ ବୋଲି ଜଣାପଡ଼ିଛି। ରବି ସେନେଗାଲରେ ‘ମହାରାଜା’ ନାମରେ ଏକ ରେସ୍ତୋରାଁ ଚଳାଉଛି। ଏହାଛଡ଼ା ମୁମ୍ବଇ ସହ ଅନ୍ୟ କେତେକ ଭାରତୀୟ ନଗରୀରେ ମଧ୍ୟ ତାର ବ୍ୟବସାୟ ରହିଛି। ରବିର ଦୁଇ ସହଯୋଗୀ ୱିଲିୟମ ରୋଡ୍ରିଗ୍ସ ଓ ଆକାଶ ସେଟ୍ଟୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ରବି ନାମରେ ମୁମ୍ବଇ ପୁଲିସ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଥିଲା। ବଲିଉଡ ସେଲିବ୍ରିଟିଙ୍କୁ ଧମକ ଚମକ ଦେଇ ଅର୍ଥ ଆଦାୟ କରିବା ରବିର ବଡ଼ କାମ। ମହେଶ ଭଟ୍ଟଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ତା ନାମରେ ରହିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories