www.samajalive.in
Monday, December 15, 2025
24.1 C
Bhubaneswar

ବାବାଙ୍କ ଶରୀରରେ ୪ କୋଟିର ସୁନା

ସମାଜ ଡିଜିଟାଲ ଡେସ୍କ: ସଙ୍ଗମ ନଗରୀ ପ୍ରୟାଗରାଜ ମହାକୁମ୍ଭରେ ସାଧୁସନ୍ଥଙ୍କ ଅନେକ ଅଦ୍ଭୁତ ସ୍ବରୂପ ଦେଖିବାକୁ ମିଳୁଛି। ସେ ସମସ୍ତଙ୍କ ମଧ୍ୟରେ ଯେଉଁ ବାବା ଶ୍ରଦ୍ଧାଳୁମାନଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି ସେ ହେଉଛନ୍ତି ଗୋଲଡେନ ବାବା। ତାଙ୍କ ପ୍ରକୃତ ନାମ ହେଉଛି ଏସ.କେ. ନାରାୟଣ ଗିରି ମହାରାଜ ଏବଂ ଘର କେରଳରେ। ସେ ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି। ନିରଞ୍ଜନୀ ଆଶ୍ରମ ସହିତ ବାବା ଜଡ଼ିତ ରହିଛନ୍ତି। ଭିନ୍ନ ଦୃଷ୍ଟିଭଙ୍ଗୀ ଏବଂ ଶରୀରରେ ପିନ୍ଧିଥିବା ସୁନା ଅଳଙ୍କାରକୁ ନେଇ ସେ କୁମ୍ଭ ମେଳାରେ ଚର୍ଚ୍ଚାରେ ରହିଛନ୍ତି। ବାବା ପ୍ରାୟ ୪ କିଲୋରୁ ଅଧିକ ଓଜନର ସୁନା ଅଳଙ୍କାର ପିନ୍ଧିଛନ୍ତି। ଯାହାର ମୂଲ୍ୟ ୪ କୋଟି ଟଙ୍କାରୁ ଅଧିକ ହେବ। ବାବାଙ୍କ ପ୍ରତିଟି ଗହଣାରେ ଅଲଗା ଚମକ ଦେଖିବାକୁ ମିଳୁଛି। ସୁନା ମୁଦି, ଖଡୁ, ବାଡ଼ି, ହାତ ଘଣ୍ଟା ସାଙ୍ଗକୁ ସୁନାର ରତ୍ନମାଳା ପରିଧାନ କରିଛନ୍ତି। ସୁନାର ବାଡ଼ିରେ ଦେବୀ-ଦେବତାଙ୍କ ଲକେଟ ରହିଛି। ଏସବୁ ତାଙ୍କ ସାଧନାର ପ୍ରତୀକ ଏବଂ ପ୍ରତ୍ୟେକ ଅଳଙ୍କାରରେ ଆଧ୍ୟାତ୍ମିକ ଶକ୍ତି ରହିଛି ବୋଲି ବାବା କୁହନ୍ତି।

୬୭ ବର୍ଷୀୟ ଗୋଲଡେନ ବାବା ଆଶ୍ରମର ଅଧ୍ୟକ୍ଷ ରବୀନ୍ଦ୍ର ପୁରୀ ମହାରାଜଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ। ସେ ବିଶେଷ କରି ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଧର୍ମ ଏବଂ ଶିକ୍ଷା ଦ୍ବାରା ସମାଜରେ ସକାରାତ୍ମକ ପରିବର୍ତ୍ତନ ଅଣାଯାଇପାରିବ ବୋଲି ସେ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories