ନୂଆଦିଲ୍ଲୀ : ସାପ ସହ ନେଉଳର ଲଢେଇରେ ଅଧିକାଂଶ ସମୟରେ ନେଉଳ ଜିତିଥିବାର ଦେଖାଯାଏ। ନିକଟରେ ନାଗ,ନାଗୁଣୀ ସହ ନେଉଳର ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ନାଗ ଓ ନେଉଳ ଭିତରେ ଲଢେଇ ପରେ ନେଉଳ ନାଗକୁ ମାରିଦେଇଛି। ନାଗର ମୃତ୍ୟୁ ପରେ ନାଗୁଣୀ ନେଉଳର ପିଛା କରିଥିଲା। କିଛି ସମୟ ନୁହେଁ ବରଂ ୨୪ ଘଣ୍ଟା ପିଛା କରିଥିଲା। ନାଗକୁ ଗଛ ଉପରେ ଟାଙ୍ଗି ଛାଡିବା ପରେ ନାଗୁଣୀ ନେଉଳର ପିଛା ଛାଡିଥିଲା । ଏହାପରେ ନାଗୁଣୀ ସେ ଗଛ ନିକଟରେ ହିଁ ବୁଲିବାକୁ ଲାଗିଲା।
Mainpuri Nagin Video: नागिन का अजीबोगरीब प्यार, सांप को मारने वाले नेवले की पीछे पड़ी…फिर करने लगी मृत नाग की रखवाली #snake #nagnagin #nag #viralvideo #viral #Mainpuri #UPNews pic.twitter.com/J8Fj21qBeJ
— Shyam Sundar Goyal (@ssgoyalat) January 14, 2025
ଏହି ଘଟଣା ଉତ୍ତରପ୍ରଦେଶର ମୈନପୁରୀ ଜିଲାର ବୋଲି କୁହାଯାଉଛି । ଏଠାରେ ଏକ ଗାଁରେ ନାଗୁଣୀ ଏଭଳି କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି, ପ୍ରଥମେ ନାଗ ଓ ନେଉଳର ଲଢେଇ ହୋଇଥିଲା । ନାଗ ମରିଯିବା ପରେ ନାଗୁଣୀ ନେଉଳର ପିଛା ଛାଡିନଥିଲା। ୨୪ ଘଣ୍ଟା ପର୍ଯ୍ୟନ୍ତ ନାଗୁଣୀ ନେଉଳ ପଛେ ପଛେ ବୁଲିଥିଲା।
ଲୋକେ ଗଛ ନିକଟରେ ଏକାଠି ହୋଇ ଭିଡ କରିବା ସହ ଘଟଣାର ଭିଡିଓ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଲୋକେ ଭିଡିଓ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।
୨୮ ଜାନୁଆରୀରେ ଶୁକ୍ର ଚଳନ ; କେଉଁ ରାଶି ଉପରେ ପଡିବ କି ପ୍ରଭାବ, ହେବ ବିବାହ, ମିଳିବ ହଠାତ୍ ଧନ..
ଜିଓର ଖାସ୍ ରିଚାର୍ଜ ପ୍ଲାନ୍ ; ମାଗଣାରେ ଦେଖିପାରିବେ ‘ପାତାଲ ଲୋକ ୨’, ମିଳିବ ଏସବୁ ସୁବିଧା..



