www.samajalive.in
Saturday, December 13, 2025
26.1 C
Bhubaneswar

ଜିଓର ଖାସ୍‌ ରିଚାର୍ଜ ପ୍ଲାନ୍‌ ; ମାଗଣାରେ ଦେଖିପାରିବେ ‘ପାତାଲ ଲୋକ ୨’, ମିଳିବ ଏସବୁ ସୁବିଧା..

ନୂଆଦିଲ୍ଲୀ : ଜିଓ ନିଜର କୋଟି କୋଟି ଗ୍ରାହକଙ୍କୁ ଖୁସି କରାଇବା ଭଳି ଏକ ରିଚାର୍ଜ ପ୍ଲାନ୍‌ ଓ ଖାସ୍‌ ଅଫର୍‌ ଆଣିଛି। ଯଦି ଆପଣ ୱେବ୍‌ ସିରିଜ୍‌ ଦେଖିବାକୁ ପସନ୍ଦ କରୁନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଜିଓ ୧୭ ଜାନୁଆରୀ ଅର୍ଥାତ୍‌ ଶୁକ୍ରବାର ରିଲିଜ୍‌ ହୋଇଥିବା ୱେବ୍‌ ସିରିଜ୍‌ ‘ପାତାଲ ଲୋକ ୨’କୁ ମାଗଣାରେ ଦେଖିବାକୁ ସୁଯୋଗ ଦେଇଛି। ଜିଓ ଏକ ଖାସ୍‌ ରିଚାର୍ଜ ପ୍ଲାନ୍‌ ସହ ଏହି ୱେବ୍‌ ସିରିଜ୍‌କୁ ବିନା କୌଣସି ଅତିରିକ୍ତ ଶୁଳ୍କରେ ଦେଖିପାରିବେ। ଏହି ଖାସ୍‌ ଅଫର୍‌ ପାଇଁ ଅନେକ ମୋବାଇଲ୍‌ ଉପଭୋକ୍ତାଙ୍କର ଏକ ବଡ ଚିନ୍ତା ଦୂର ହୋଇଛି। ୱେବ୍‌ ସିରିଜ୍‌କୁ ମାଗଣାରେ ଦେଖିବା ବ୍ୟବତୀତ ଜିଓର ରିଚାର୍ଜ ପ୍ଲାନ୍‌ରେ ଦୀର୍ଘ ସମୟସୀମା, ଅସୀମିତ ମାଗଣା କଲିଙ୍ଗ୍‌ ସହ ଅଧିକ ପରିମାଣରେ ଡାଟା ମିଳିବ। ଗୋଟିଏ ରିଚାର୍ଜ ପ୍ଲାନ୍‌ରେ ଅନେକ ଲାଭ ପାଇ ପାରିବେ।

ଜିଓର ଭିନ୍ନ ରିଚାର୍ଜ ପ୍ଲାନ୍‌ରେ ବିଭିନ୍ନ ପ୍ରକାର ଓଟିଟି ଆପ୍‌ର ମାଗଣାରେ ସବସ୍କ୍ରିପସନ୍‌ ମିଳିଥାଏ। ‘ପାତାଲ ଲୋକ ୨’ ଆଜି ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହୋଇ ସାରିଛି। ଏହି ୱେବ୍‌ ସିରିଜ୍‌କୁ ଦେଖିବା ପାଇଁ ଆମାଜନ୍‌ ପ୍ରାଇମ୍‌ ଭିଡିଓର ସବସ୍କ୍ରିପସନ୍‌ ନେବାକୁ ପଡିବ। ମାତ୍ର ଯଦି ଆପଣ ସବସ୍କ୍ରିପସନ୍‌ ନେବାକୁ ଚାହୁଁ ନାହାଁନ୍ତି, ତେବେ ଆପଣ ଜିଓର ଏକ ଖାସ୍‌ ରିଚାର୍ଜ ପ୍ଲାନ୍‌ରେ ‘ପାତାଲ ଲୋକ ୨’କୁ ମାଗଣାରେ ଦେଖିବାର ସୁଯୋଗ ପାଇପାରିବେ।
ଜିଓ ନିଜର ୧୦୨୯ ଟଙ୍କାର ଏକ ପ୍ଲାନ୍‌ ସାମ୍ନାକୁ ଆଣିଛି। ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୮୪ ଦିନର ସମୟସୀମା ମିଳିବ। ଏଥିରେ ଅସୀମିତ କଲିଙ୍ଗ ସହ ନିୟମିତ ୧୦୦ ଏସଏମଏସ୍‌ ସୁବିଧା ମିଳିବ।

୨୮ ଜାନୁଆରୀରେ ଶୁକ୍ର ଚଳନ ; କେଉଁ ରାଶି ଉପରେ ପଡିବ କି ପ୍ରଭାବ, ହେବ ବିବାହ, ମିଳିବ ହଠାତ୍‌ ଧନ..

- Advertisement -

ଏହି ପ୍ଲାନ୍‌ରେ ମୋଟ ୧୬୮ ଜିବି ହାଇ-ସ୍ପିଡ୍‌ ଡାଟା ମିଳିବ । ନିୟମିତ ୨ଜିବି ହାଇ-ସ୍ପିଡ୍‌ ଡାଟା ବ୍ୟବହାର କରି ପାରିବେ। ଏହି ପ୍ଲାନ୍‌ରେ ଆମାଜନ୍‌ ପ୍ରାଇମ୍‌ ଲାଇଟ୍‌ର ୮୪ ଦିନର ସବସ୍କ୍ରିପସନ୍‌ ମଧ୍ୟ ସାମିଲ ରହିଛି। ଏଥିରେ ଆପଣ ‘ପାତାଲ ଲୋକ ୨’କୁ ମାଗଣାରେ ଦେଖିପାରିବେ। ଏହି ପ୍ଲାନ୍‌ର ସବୁଠାରୁ ବଡ ଲାଭ ହେଉଛି, ଆପଣଙ୍କୁ ମାଗଣାରେ କଲିଙ୍ଗ୍‌ ଓ ଓଟିଟି ସବସ୍କ୍ରିପସନ୍‌ ଉଭୟ ଗୋଟିଏ ପ୍ଲାନ୍‌ରେ ପାଇପାରିବେ।

ସୈଫ୍‌ଙ୍କୁ ଛୁରାମାଡ; ସନ୍ଦିଗ୍ଧ ଯୁବକ ଗିରଫ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories