www.samajalive.in
Sunday, December 14, 2025
23.1 C
Bhubaneswar

ଗଞ୍ଜାମରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଛତ୍ରପୁର: ଅଦିନିଆ ବର୍ଷାରେ ରାଜ୍ୟରେ ସବୁଠୁ ଅଧିକ ଫସଲ କ୍ଷତି ଗଞ୍ଜାମ ଜିଲ୍ଲାରେ ହୋଇଛି। ଏନେଇ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଫସଲ କ୍ଷତି ବାବଦକୁ ନେଇ କରିଛନ୍ତି ସମୀକ୍ଷା। ଗଞ୍ଜାମରେ ୨୩ଟି ତହସିଲରେ ୬୦୭୧୨. ୬୧ ହେକ୍ଟର ଚାଷ କ୍ଷୟକ୍ଷତି ହୋଇଥିଲା। ୧ଲକ୍ଷ ୬୪ ହଜାର ୮୬ ଜଣ ଚାଷୀଙ୍କ ଫସଲ କ୍ଷତି ହୋଇଥିବା ବେଳେ ଗଞ୍ଜାମ ଜିଲାକୁ ୮୯ କୋଟି ୭୯ଲକ୍ଷ ୨ହଜାର ୬୩ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୯୨ ହଜାର ୩୦୮ ଜଣ ଚାଷୀଙ୍କ ଖାତାକୁ ୪୫ କୋଟି ୬୫ ଲକ୍ଷ ୭୨ ହଜାର ୭୫ ଟଙ୍କା ଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଦୁଇ ଥର ଲଗାଣ ବର୍ଷାରେ ରାଜ୍ୟରେ ସବୁଠାରୁ ଅଧିକ କ୍ଷୟକ୍ଷତି ଗଞ୍ଜାମ ଜିଲାରେ ହୋଇଥିଲା। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ରିର୍ପୋଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା।
ଏଯାଵତ କେତେ ଚାଷୀଙ୍କୁ କ୍ଷୟକ୍ଷତି ରାଶି ପ୍ରଦାନ କରାଯାଇଛି ତାହା ପଚାରି ବୁଝିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହି ସମୀକ୍ଷା ବୈଠକରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର, ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ସମସ୍ତ ତହସିଲଦାରମାନେ ଉପସ୍ଥିତ ଥିଲେ।

୨୮ ଜାନୁଆରୀରେ ଶୁକ୍ର ଚଳନ ; କେଉଁ ରାଶି ଉପରେ ପଡିବ କି ପ୍ରଭାବ, ହେବ ବିବାହ, ମିଳିବ ହଠାତ୍‌ ଧନ..

ଜିଓର ଖାସ୍‌ ରିଚାର୍ଜ ପ୍ଲାନ୍‌ ; ମାଗଣାରେ ଦେଖିପାରିବେ ‘ପାତାଲ ଲୋକ ୨’, ମିଳିବ ଏସବୁ ସୁବିଧା..

- Advertisement -

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories