ଦେଖନ୍ତୁ ଭିଡିଓ: ସ୍ଥଳସେନା ଦିବସରେ ଆକର୍ଷଣ ସାଜିଲେ ରୋବୋଟିକ କୁକୁର
ସମାଜ ଡିଜିଟାଲ ଡେସ୍କ: ବୁଧବାର ୭୭ତମ ସ୍ଥଳନେତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୁଣେର ଖଡକିସ୍ଥିତ ବିଇଜି ପଡ଼ିଆରେ ଆୟାଜିତ ପରେଡ୍ କାର୍ଯ୍ୟକ୍ରମରେ ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିଥିଲା ରୋବୋଟିକ କୁକୁର। ଯାହା ଦେଖିବାକୁ ବେଶ୍ ଚିତାକର୍ଷକ ଥିଲା। ପ୍ରଯୁକ୍ତିବିଦ୍ୟା ନବସୃଜନ କ୍ଷେତରେ ଭାରତ କେତେ ଦକ୍ଷ ତାହା ପ୍ରତିପାଦିତ କରିଥିଲେ ଏସବୁ ରୋବୋଟିକ କୁକୁର। ସୈନ୍ୟମାନଙ୍କ ସହିତ ପରେଡ୍ ବି କରିଥିଲେ ରୋବୋଟିକ କୁକୁର। ଯାହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।
#WATCH | Maharashtra | Visuals of the 77th Army Day Parade in Pune.
The Army Day Parade commemorates Field Marshal KM Cariappa’s appointment as the first Indian Commander-in-Chief of the Indian Army in 1949, symbolizing India’s post-independence military leadership. pic.twitter.com/JRoDiNwED3
— ANI (@ANI) January 15, 2025
ଭାରତୀୟ ସେନା ପକ୍ଷରୁ ନିକଟରେ ୧୦୦ଟି ରୋବୋଟିକ୍ କୁକୁରକୁ ସେନାରେ ସାମିଲ କରାଯାଇଛି। ପ୍ରତିକୂଳ ପରିସ୍ଥିତିରେ ଯବାନମାନଙ୍କ ଜୀବନହାନି ହେଉଥିବାବେଳେ ସେହି ପରିବେଶରେ ଏହି କୁକୁରମାନେ ସେନାର କାର୍ଯ୍ୟକଳାପକୁ ସୁଗମ କରିବାରେ ସହାୟକ ହେଉଛନ୍ତି।
Comments are closed.