www.samajalive.in
Monday, December 15, 2025
24.1 C
Bhubaneswar

ଧାନ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ତୁଷୁରା : ବଲାଙ୍ଗିର ଜିଲା ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ହାଇସ୍କୁଲ ନିକଟରେ ମଙ୍ଗଳବାର ଏକ ଧାନ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେ​‌ବେ ଏହି ଦୁର୍ଘଟଣାରେ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଜିଲାର ସୀମାନ୍ତ ଗାଁଗୁଡ଼ିକରୁ ଚୋରା ଧାନ ତୁଷୁରାର ଏକ ରାଇସ ମିଲ୍‌କୁ ଆଣୁଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଗାଡ଼ିଟି କେଉଁ ସ୍ଥାନରୁ ଆସି ଆଉ କେଉଁ ସ୍ଥାନରୁ ଧାନ ଆଣି କେଉଁ ସ୍ଥାନକୁ ଯାଉଥିଲା ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଡ୍ରାଇଭର ଦେଉ ନ ଥିବାରୁ ଚୋରାଚାଲାଣ ହେଉଥିବା ବାରି ହେଉଛି। ଏହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏହି ବିଷୟରେ ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାଟିଙ୍କୁ ପଚରାଯିବାରୁ ଘଟଣାକୁ ହାଲୁକା ଭାବେ ନେଇ ମୁଁ ଗୋଟିଏ କାର୍ଯ୍ୟକ୍ରମକୁ ଆସିଛି, ନିକଟରେ ଥିବା ପେକ୍ସର ସମ୍ପାଦକଙ୍କୁ ପଚାରନ୍ତୁ ବୋଲି କହିଛନ୍ତି। ସେହିପରି ଥାନା ଅଧିକାରୀ ମନୋଜ ପଧାନଙ୍କୁ ପଚାରିବାରୁ ତଦନ୍ତ କରୁଛି ବୋଲି କହିଛନ୍ତି। ଏଣୁ ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories