www.samajalive.in
Monday, December 8, 2025
14.1 C
Bhubaneswar

ଆଜିଠାରୁ ଖୋଖୋ ବିଶ୍ବକପ୍‌ : ଭାରତୀୟ ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ପ୍ରଥମ ପୁରୁଷ ଓ ମହିଳା ଖୋଖୋ ବିଶ୍ବକପ ଚଳିତ ଜାନୁଆରୀ ୧୩ରୁ ୧୯ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ପୁରୁଷ ବିଭାଗରେ ଭାରତ ସମେତ ୨୦ଟି ଓ ମହିଳା ବିଭାଗରେ ୧୯ଟି ଦେଶ ଅଂଶଗ୍ରହଣ କରୁଛନ୍ତି। ଦଳ ଗୁଡ଼ିକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ପୁରୁଷ ବର୍ଗରେ ଭାରତ ଗ୍ରୁପ-ଏ ରେ ନେପାଳ, ପେରୁ, ବ୍ରାଜିଲ ଓ ଭୂଟାନ ସହିତ ସ୍ଥାନ ପାଇଛି। ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବେ। ଆଜିର ପୁରୁଷ ବର୍ଗରେ ଭାରତ-ନେପାଳ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ମହିଳା ବର୍ଗରେ ଭାରତ ଗ୍ରୁପ-ଏ ରେ ଇରାନ​‌, ଦକ୍ଷିଣ କୋରିଆ ଓ ମାଲେସିଆ ସହ ସ୍ଥାନ ପାଇଛି। ଭାରତ ୧୪ରେ ଦକ୍ଷିଣ କୋରିଆ ସହ ଖେଳି ଅଭିଯାନ ଆରମ୍ଭ କରିବ। ମ୍ୟାଚ ୭-ଏ ସାଇଡ୍‌ ଆଧାରରେ ଖେଳାଯିବ। ୧୭ରେ ଉଭୟ ପୁରୁଷ ଓ ମହିଳା ବର୍ଗ କ୍ବାର୍ଟର ଫାଇନାଲ, ୧୮ରେ ସେମିଫାଇନାଲ ଓ ୧୯ରେ ଫାଇନାଲ ଖେଳାଯିବ। ପ୍ରତିଯୋଗିତାରେ ଭାରତୀୟ ଦଳରେ ଓଡ଼ିଶାରୁ ୩ ଖେଳାଳି ସ୍ଥାନ ପାଇଛନ୍ତି। ପୁରୁଷ ଦଳରେ ଏକମାତ୍ର ଓଡ଼ିଆ ଭାବେ ପବନି ଶବର ରହିଥିବାବେଳେ ମହିଳା ଦଳରେ ଦୁଇ ଖେଳାଳି ଶୁଭଶ୍ରୀ ସିଂହ ଓ ମାଗାଇ ମାଝି ରହିଛନ୍ତି। ଉକ୍ତ ୩ ଖେଳାଳି କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସୋସିଆଇ ସାଇନ୍‌ସରେ ଅଧ୍ୟୟନ କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories