୧୪ ତାରିଖ ଯାଏଁ ୧୦ ଜିଲାରେ ଘନ କୁହୁଡି ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଅଧିକାଂଶ ସ୍ଥାନରେ ଦେଖାଯାଉଛି ଘନ କୁହୁଡି । କୁହୁଡି ପାଇଁ ଯାତାୟତରେ ଅନେକ ସମସ୍ୟା ଦେଖାଯାଉଛି । ୧୦ ଜିଲାରେ କୁହୁଡି ପାଇଁ ପାଣିପାଗ ବିଭାଗ ଶନିବାର ପୂର୍ବାନୁମାନ କରିଛି । ୧୪ ତାରିଖ ଯାଏଁ ୧୦ ଜିଲାରେ ପ୍ରବଳ କୁହୁଡି ସମ୍ଭାବନା ରହିଛି । ଝାରସୁଗୁଡା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଘନ କୁହୁଡିର ସମ୍ଭାବନା ରହିଛି।
ଗତ ଦୁଇ ତିନି ହେବ ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଜି ସକାଳୁ ସକାଳୁ କଟକ , ଭୁବନେଶ୍ଵରରେ ପ୍ରବଳ  କୁହୁଡି ପରିଲକ୍ଷିତ ହୋଇଛି।  ପରିସ୍ଥିତି ଏଭଳି ହୋଇଛି ଯେ , ୧୦୦ ମିଟର ଆଗକୁ ରାସ୍ତା ଦେଖାଯାଉନି।  ଘନ କୁହୁଡି ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଉ ଦିନକ ପରେ ରାଜ୍ୟରେ ତାପମାତ୍ରା ବଢିପାରେ। ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଘଟିବା ପରେ ଶୀତ କମିବ।

ମହାକୁମ୍ଭରେ ୧୪୪ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ହେବେ ଭାଗ୍ୟଶାଳୀ..

ମକର ସଂକ୍ରାନ୍ତିରେ ରାଶି ଅନୁଯାୟୀ ଏସବୁ କରନ୍ତୁ ଦାନ, ସୂର୍ଯ୍ୟ କରିବେ ଭାଗ୍ୟଶାଳୀ, ମିଳିବ ସୁଖମୟ ଜୀବନ, ଧନ, ରହିବେ ନିରୋଗ..

prayash

ଚିତାବାଘ ଦେଇ ପାରିବ ୱାର୍କ ଫ୍ରମ୍‌ ହୋମ୍‌ ସୁବିଧା, ନାରାୟଣ ମୂର୍ତ୍ତିଙ୍କର ୭୦ ଘଣ୍ଟା କାମ କରିବା କରିବା ବିବୃତ୍ତିକୁ ନେଇ ସୋସିଆଲ ମିଡିଆରେ ବଢୁଛି ମେମ୍ସ କ୍ରେଜ୍‌..

ଦେଖନ୍ତୁ କୁମ୍ଭୀର ଓ ଜେବ୍ରାର ଭିଡିଓ; କେମିତି ବଞ୍ଚିଲା ଜୀବନ..

Comments are closed.