www.samajalive.in
Sunday, December 7, 2025
23.1 C
Bhubaneswar

ଦାରୁ ସନ୍ଧାନରେ ଭବ୍ୟ ପଟୁଆର ସହ ପହଞ୍ଚିଲେ ସେବାୟତ

ରେଙ୍ଗାଲିକ୍ୟାମ୍ପ: ଡୁମାଲ ସମାଜର ଅଧିଷ୍ଠାତ୍ରୀ ଦେବୀ କୁରୁଆଁସ୍ଥିତ ସର୍ବ ପୁରାତନ ଉମା ମାହେଶ୍ୱରୀ ପୀଠର ମାଁ ମାହେଶ୍ୱରୀ ଓ ମାଁ ଖମ୍ବେଶ୍ବରୀଙ୍କ ନବକଳେବର ପାଇଁ ନୂତନ ଶାଳକା ଓ ନୂତନ ଖମ୍ବ ସନ୍ଧାନ ଉଦ୍ଦେଶ୍ୟରେ ସେବାୟତଙ୍କ ସହ ବାହାରିଥିବା ମାଁ ମାହେଶ୍ୱରୀଙ୍କର ଶୋଭାଯାତ୍ରା ଅତାବିରା ବ୍ଲକ ଲହଣ୍ଡା ଗ୍ରାମରେ ପହଂଚିଛନ୍ତି। ଏହି ଶୋଭାଯାତ୍ରା ଅତାବିରା ବ୍ଲକର ଖଲିଆ ପାଲି, ଅତାବିରା ସହର ଦେଇ ଖଇର ପାଲି ଗାଁରେ ପହଞ୍ଚିଥିଲା। ଗ୍ରାମବାସୀଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ଡୁମାଲ ପରିଷଦର ସଭାପତି ଦୟାସାଗର ମେଣ୍ଡଳୀ, ବରଗଡ଼ ଜିଲ୍ଲା ଡୁମାଲ ପରିଷଦର ସଭାପତି ଗଣେଶ ପ୍ରଧାନ, ସମ୍ପାଦକ ସୁବାସ ଥାଟି, ସରଳା କେନ୍ଦ୍ର ସଭାପତି କରମଚାନ୍ଦ ପ୍ରଧାନ, ଗୁନିଆ ପାଲି କେନ୍ଦ୍ର ସଭାପତି ମଗନ ଖମାରୀ, ଗମ୍ଭାରୀପାଲି ଆଞ୍ଚଳିକ ମାହେଶ୍ୱରୀ ମନ୍ଦିରର ପୂଜକ ସନ୍ତୋଷ ମହାକୁର, ଦିଲୀପ ମହାକୁର, ଜଗବନ୍ଧୁ କଲତା ଓ ଆଖ ପାଖ ଅଂଚଳର ଜାତିଗଙ୍ଗା ଉପସ୍ଥିତ ରହି ମା’ଙ୍କର ଆଶୀର୍ବାଦ ଲାଭ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories