www.samajalive.in
Monday, December 15, 2025
24.1 C
Bhubaneswar

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩୬ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ, ୨୧ କୋଟିର ରାଜସ୍ୱ ଆଦାୟ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ କହିଥିଲେ ଯେ, ୬୫ ବର୍ଷ ତଳେ ୧୯୬୦ ମସିହାଡିସେମ୍ବର ମାସ ୨୯ ତାରିଖରେ “ନନ୍ଦନକାନନ ପ୍ରାଣୀ ଉଦ୍ୟାନ”ପ୍ରତିଷ୍ଠିତ ହୋଇଥିଲା। ଧିରେ ଧିରେ ଏହା ବିକଶିତହୋଇ ଭାରତର ଏକ ସୂନାମଧନ୍ୟ ପ୍ରାଣୀ ଉଦ୍ୟାନ ଭାବରେ ପରିଗଣିତ ହେବା ସହିତଭାରତର ପ୍ରଥମ ପ୍ରାଣୀ ଉଦ୍ୟାନ ଭାବେ “ବିଶ୍ୱ ପ୍ରାଣୀ ଉଦ୍ୟାନ ଓମତ୍ସ୍ୟାଗାର ସଂଘ”ର ସଦସ୍ୟ ହୋଇପାରିଛି।

“କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ”ର ସମସ୍ତ ନିୟମ ପାଳନ କରି ନନ୍ଦନକାନନ ଆଜି ବନ୍ୟଜନ୍ତୁ ସଂରକ୍ଷଣ, ଶିକ୍ଷା ସଚେତନତା ଓ ବନ୍ୟପ୍ରାଣୀ ଗବେଷଣାରେ ଦେଶର ପ୍ରାଣୀଉଦ୍ୟାନ ମାନଙ୍କ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୨୦୧୯ ମସିହାରେଚନ୍ଦକା ଅଭୟାରଣ୍ୟ ଚୁଡଙ୍ଗ-କୃଷ୍ଣନଗରର ୬୦୬.୨୨ ହେକ୍ଟର ପରିମାଣର ଯାଗାପ୍ରଶାସନିକ ଓ ପରିଚାଳନା ପାଇଁ ନନ୍ଦନକାନନ ଅଧିନକୁ ହସ୍ତାନ୍ତର କରାଯାଇଛି।ଏଥିସହିତ ନନ୍ଦନକାନନ ପରିସର ୧୦୪୩.୩୨ ହେକ୍ଟରକୁ ବୃଦ୍ଧି ପାଇଛି।

- Advertisement -

୨୦୨୩ମସିହାରେ ଅନୁମୋଦିତ ହୋଇଥିବା ମହାଯୋଜନାକୁ ଅନୁକରଣ କରାଯାଇନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାର କାର୍ଯ୍ୟଧାରା ଜାରିରହିଛି।ନନ୍ଦନକାନନର ବିବିଧତାକୁ ବଢାଇବା ପାଇଁ ୫ଟିପ୍ରାଣୀ ଉଦ୍ୟାନ ସହିତ ଜନ୍ତୁ ବିନିମୟ କାର୍ଯ୍ୟକ୍ରମକୁ ସଫଳତାର ସହ କାଯ୍ୟକାରୀକରାଯାଇ ଜିରାଫ୍‍, ହିମାଳୟ ଗ୍ରିଫନ୍‍ ଶାଗୁଣା, ହାଡଗିଳା, ମହାବଳ ବାଘ, କଳାଲୋମଯୁକ୍ତ ବାଘ, ସାରସ ପକ୍ଷୀ, ମାଳୟ ଅଜଗର ଭଳି ଏକାଧିକ ଜନ୍ତୁ ଅଧିଗ୍ରହଣକରାଯାଇଛି।

ଏହା ବ୍ୟତିତ ନନ୍ଦନକାନନର ପୃଷ୍ଠପୋଷକଙ୍କ ଜରିଆରେ କଟନ ଟପ୍‍ ତାମାରିନ୍‍, ସିଆମାଙ୍ଗ, ସାଧାରଣ ମାର୍ମୋସେଟ୍‍, ଜୋଓଫ୍ରେ ମାର୍ମୋସେଟ୍‍ ପାଇପାରିଛୁ ଯାହା ଆମ ବନ୍ୟଜନ୍ତୁ ସଂଗ୍ରହକୁ ଆହୁରିସମୃଦ୍ଧ କରିଛି। ବର୍ତ୍ତମାନ ଭାରତୀୟ ପ୍ରାଣୀ ଉଦ୍ୟାନମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସର୍ବବୃହତ ପ୍ରାଣୀ ସଂଗ୍ରହ (୧୭୩ ପ୍ରଜାତିର ୩୯୬୩ ଜୀବଜନ୍ତୁ)କରିପାରିଛି।

ଜନ୍ତୁମାନଙ୍କର ଚିକିତ୍ସା, ରୋଗନିରୁପଣ କରାଯିବା ପାଇଁ ନନ୍ଦନକାନନପଶୁ ଚିକିତ୍ସାଳୟ ଓ ପ୍ରାଣୀ ଉଦ୍ୟାନର ପ୍ରୟୋଗଶାଳାର ଉନ୍ନତି କରଣ କରିବା ପାଇଁବିଭିନ୍ନ ଅତ୍ୟାଧୁନିକ ଯାନ୍ତ୍ରିକ ସୁବିଧା କରାଯାଇ ରୋଗ ନିରୁପଣ, ଉନ୍ନତମାନର ଚିକିତ୍ସାଓ ଗବେଷଣା କରାଯାଉଛି। ପଶୁମାନଙ୍କ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଦୁଇ ଜଣପ୍ରାଣି ଚିକିତ୍ସକଙ୍କୁ ନିୟୋଜିତ କରାଯାଇଛି ଓ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଦଳନିୟୋଜିତ କରାଯାଇ ପ୍ରାଣୀ ଚିକିତ୍ସ। ଶିବିର ଆୟୋଜନ କରାଯାଉଛି।

ଏହା ସହିତ ମାଂସହାରୀ ପ୍ରାଣୀ, ପକ୍ଷୀ ଓ ବଜ୍ରକାପ୍ତା ମାନଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ସୁନିଶ୍ଚିତ କରିବାପାଇଁ ସ୍ୱତନ୍ତ୍ର ସଙ୍ଗରୋଧ କେନ୍ଦ୍ର ନିର୍ମାଣ କରାଯାଇଅଛ। ଏତଦ୍‍ ବ୍ୟତିତ ବିଦେଶିମାଙ୍କଡ, ୱାଲାବି, ହିମାଳୟ କଳା ଭାଲୁ, କାସୱାରି ଏବଂ ଓଟପକ୍ଷୀ ନିମନ୍ତେ ଉନ୍ନତ ଖୁଆଡମାନ ନିର୍ମିତ ହୋଇଅଛି ଯାହାକି ଏହି ଜନ୍ତୁମାନଙ୍କ ପାଇଁ ସମୃଦ୍ଧ ପରିବେଶସୃଷ୍ଟିକରିଛି।

ନନ୍ଦନକାନନରେ ଜନ୍ମିତ କୃଷ୍ଣସାର ମୃଗ, ଚିତ୍ରା ହରିଣ, ଡାଳିଓଧ ଏବଂକୁଟୁରା ପ୍ରଜାତିର ୩୮୫ଟି ବନ୍ୟପ୍ରାଣୀଙ୍କୁ ସଫଳତାର ସହିତ ଓଡିଶାର ବିଭିନ୍ନ ସଂରକ୍ଷିତ ଅଞ୍ଚଳରେ ଛଡାଯାଇ ବନ୍ୟପ୍ରାଣୀ ସଂରକ୍ଷଣରେ ନନ୍ଦନକାନନର ଭୂମିକାକୁ ସୁଦୃଢ କରିଛି। ପ୍ରଜନନ ଓ ଗବେଷଣାକୁ ଆଗକୁ ବଢାଇବା ପାଇଁ ଟ୍ୟାଗ୍‍ସଂଯୋଗ କରାଯାଇ ଗୋଟିଏ ଭାରତୀୟ ବଜ୍ରକାପ୍ତାକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଛଡାଯାଇଥିଲା। ଏଥିସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓଉଦ୍ଧାର କାର୍ଯ୍ୟ ପାଇଁ ୧୦ ଜଣିଆ ଦ୍ରୁତ ବିପର୍ଯ୍ୟୟ ମୁକାବିଲା ଦଳ ଗଠନ କରାଯାଇଛି। ଗୋଟିଏ ବର୍ଷରେ  ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩୬ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥିବାବେଳେ ୨୧ କୋଟିର ରାଜସ୍ୱ ଆଦାୟ ହୋଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।

ପୂର୍ବରୁ ଚିଡିଆଖାନା ପାଠାଗାର ଓ ଡିଜିଟାଲ କେନ୍ଦ୍ର, ନବୀକୃତ ଭାଲୁ ଖୁଆଡ, ସଂରକ୍ଷଣ ଅନୁସନ୍ଧାନ ଓ ପ୍ରଶିକ୍ଷଣ କେନ୍ଦ୍ରକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଉଦଘାଟନ କରିଥିଲେ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା ନନ୍ଦନକାନନ ସମ୍ବନ୍ଧୀୟ ବହୁ ତଥ୍ୟ ଉପସ୍ଥାପନ କରିଥିଲେ। ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟାର ସ୍ବାଗତ ଭାଷଣ ଦେଇଥିଲେ ଓ ଉପନିର୍ଦ୍ଦେଶକ ସନତ କୁମାର ଧନ୍ୟବାଦ ଦେଇଥିଲେ। ଉଚ୍ଚକୋଟୀର ଦାୟିତ୍ବ ସମ୍ପାଦନ ପାଇଁ ନନ୍ଦନକାନନର କର୍ମଚାରୀ, ସ୍ବେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories